STORYMIRROR

Yagnaseni Panda

Children Stories

3  

Yagnaseni Panda

Children Stories

ଛତା

ଛତା

2 mins
171

ଛ-ଛତ୍ରଛାୟା ରୁ

ତା-ତାରଣ

ଛତ୍ର ଛାୟା ପ୍ରଦାନ କରି ଦୁଃଖ କଷ୍ଟରୁ ତାରଣ କରୁଥିବା ବସ୍ତୁ ହେଉଛି ଛତା। ଛତା ଏମିତି ଏକ ଜିନିଷ ଯାହା ଆମକୁ ଯେ କେବଳ ବର୍ଷା ଓ ଖରାରୁ ରକ୍ଷା କରିଥାଏ ତାହା ନୁହେଁ, ତାହା ମଧ୍ୟ ଆମକୁ ଜୀବନର ବହୁତ ସମୟରେ ସାହାଯ୍ୟ କରିଥାଏ। ବୋଧହୁଏ ଏକଥା ଟିକେ ଅଧିକ ବୁଝି ଯାଇଥିଲା ସହରକୁ ନୂଆ ଆସିଥିବା ନାରଣପୁର ଗାଁର ବବଲୁ। କାରଣଟା କେବେଳ ଛତା ହିଁ ଥିଲା। ତାକୁ ଲାଗେ ଯେ ବର୍ଷାରେ ଭିଜି ଭିଜି ଗୋଟିଏ ଛତା ଅଭାବରୁ ତା ବାପାର ଜୀବନ ଚାଲିଗଲା। ଆଉ ମା ରୋଗରେ ଔଷଧ ଅଭାବରୁ ଚାଲିଗଲା।

ବାପା ମା ଗଲା ପରେ ଜୀବନ ଯୁଧ୍ୟରେ ହାରିନଯାଇ ଗାଁ ଛାଡି ସହର ଆସିଥିଲା ବବଲୁ।ବୟସ ମାତ୍ର ସାତ ବର୍ଷ।ଅଚିହ୍ନା ସହରର ଅଜଣା ଲୋକ। ଏତେ ବ୍ୟସ୍ତ ବହୁଳ ସହର ଯେ କେହି କାହା କଥା ଚିନ୍ତା କରିବାକୁ ଫୁରସତ ନାହିଁ। ଯିଏ ଯେଝା କାମରେ। 

 କିନ୍ତୁ ଭାଗ୍ୟର ବିଡମ୍ବନା ଏମିତି ସହରରେ ବି କାମର ଅଭାବ। ପ୍ରଥମେ ତ ପେଟର ଜ୍ୱାଳା ସେ ସହି ପାରୁନାହିଁ। ତା ଉପରେ ପ୍ରଚଣ୍ଡ ବର୍ଷା। ଗୋଟିଏ ଦୋକାନର ତଳେ ବସିଥାଏ ବବଲୁ।

ଖାଲି ଏପଟେ ସେପଟେ ଦେଖୁଥାଏ ସେ। ବର୍ଷାରେ କୋଉ ବୁଢା ଲୋକ ତିନ୍ତି ଘରକୁ ଯିବାକୁ ଚେଷ୍ଟା କରୁଥାଏ ତ କୋଉ ମା ଟେ ତା ପୁଅକୁ କାନି ତଳେ ଚାପି ଧରିଥାଏ।ପୁଣି କୋଉ ଗର୍ଭବତୀ ମହିଳା ଘରକୁ ଯିବାକୁ ଉଚ୍ଛନ୍ନ ହେଉଥାଏ। କାହାରି ମନ କହୁନଥାଏ ଟିକେ ପରସ୍ପରକୁ ସାହାଯ୍ୟ କରିବା ପାଇଁ। ସେତିକି ବେଳେ ବବଲୁର ଆଖି ପଡ଼ିଲା କିଛି ଦୁରରେଥିବା ଷ୍ଟେସନାରୀ ଦୋକାନ ଉପରେ। ସେଇଠାରେ ଜୋତା ଠାରୁ ଛତା ପର୍ଯ୍ୟନ୍ତ ସବୁ ବିକ୍ରି ହେଉଥାଏ। ହଠାତ ତାର ନଜର ପଡିଲା ସେଇ ଦୋକାନର ଛତା ଉପରେ।କିନ୍ତୁ କଣ କରିବ ଭାବି ପାରୁନଥାଏ ।ହଠାତ ତା ମୁଣ୍ଡରେ ଗୋଟେ ବୁଦ୍ଧି ଢୁକିଲା। ଦୌଡ଼ି ଯାଇ ସେ ଛତାକୁ ଚୋରେଇ ଆଣିଲା। ଦୋକାନୀ ଚୋର ଚୋର କହି ପାଟି କରୁଥାଏ କିନ୍ତୁ ପ୍ରଚଣ୍ଡ ବର୍ଷାର ଭୀଷଣ ଆବାଜ ରେ କେହି ସେ ଦୋକାନୀର ଡାକ ଶୁଣି ପାରୁ ନଥାନ୍ତି। ତା ଛଡା ସହରରେ କିଏ କାହିଁ କାହା ଝମେଲା ରେ ପଶିବ। କିନ୍ତୁ ବବଲୁ ଯଦିଓ ଜାଣିଛି ସେ ଭୁଲ କରୁଛି ତଥାପି ସେ ଚୋରି କରିବାକୁ ବାଧ୍ୟ ହେଲା। କିନ୍ତୁ ତାର କୌଣସି ମନ୍ଦ ଉଦେଶ୍ୟ ନ ଥିଲା। ସେ ଛତା ଆଣି ସେ ଯେତେ ଲୋକ ଥିଲେ ତାଙ୍କୁ ଜଣ ଜଣ କରି ତାଙ୍କ ଘରେ ପହଂଚାଇଲା। ସମସ୍ତେ ବବଲୁ ଉପରେ ଖୁସି ହେଇ ତାକୁ ଟିପ୍ସ ଆକାରରେ କିଛି ପଇସା ଦେଲେ । କିନ୍ତୁ କିଏ ବା ଜାଣିଥିଲା ଯେ ତିନି ଦିନ ଉପବାସରେ ରହି ପେଟ ବିକଳରେ କାନ୍ଦୁଥିବା ବବଲୁର ରହିବା ପାଇଁ ଘର ଖଣ୍ଡେ ନ ଥିଲା ଆଉ ସେ ଏତେ ବଡ଼ ସହରରେ ସମ୍ପୂର୍ଣ୍ଣ ନୂଆ। ବର୍ଷା ପୁରା କମିଲା ପରେ ସେ ଯାଇ ଆଗ ସେ ଦୋକାନୀକୁ ଭେଟିଲା। ଆଉ ଦୋକାନୀ ମଉସାଙ୍କୁ ତାର କର୍ମ ପାଇଁ ଭୁଲ ମାଗିଲା। ଆଉ ଟିପ୍ସ ଭାବରେ ମିଳିଥିବା ପଇସାରୁ ସେ ଦୋକାନୀ ମଉସାଙ୍କୁ ତାଙ୍କ ଛତାର ଭଡା ପଇସା ବାବଦକୁ କିଛି ଦେଇ ଦେଲା। କିନ୍ତୁ ଦୋକାନୀ ମଉସା ରାଗି ହେଲେ କଣ ହେବ ମନଟା ତାଙ୍କର ଭାରି ଦୟାଳୁ। ତାକୁ ସେ ସେଇ ଛତାଟିଏ ପୁରସ୍କାର ସ୍ୱରୂପ ଦେଇଦେଲେ। କିନ୍ତୁ ବବଲୁ ତାହା ନ ନେଇ ସେ ସେଇଠାରେ କାମ କରିବାର ଅନୁମତି ମାଗିଥିଲା। ଦୋକାନୀ ମଉସା ଵଂକିମ ବାବୁ ତା ଉପରେ ଖୁସି ହେଇ ତାକୁ ଦୋକାନରେ ସେଲ୍ସମ୍ୟାନ୍ ଭାବରେ ଆପୋଏଣ୍ଟ କଲେ। କିନ୍ତୁ ସରକାରଙ୍କ ନିୟମ ଅନୁସାରେ ବାଲ୍ୟ ଶ୍ରମିକ ଏକ ଦଣ୍ଡନୀୟ ଅପରାଧ ଭାବି ଭୟଭୀତ ଥିଲେ। ବବଲୁ ତାର ସାହାସିକତା ପାଇଁ ସେ ଅଗଷ୍ଟ୧୫ ତାରିଖରେ ସହସିକତାର ପୁରସ୍କାର ପାଇଲା। ତା ସଙ୍ଗେ ସଙ୍ଗେ ସରକାର ତାର ସମସ୍ତ ଖର୍ଚ୍ଚ ବହନ କରିବାର ସ୍ବୀକୃତି ଦେଲେ। ଛତା ହିଁ ତାର ଜୀବନର ମୋଡ଼ ପରିବର୍ତ୍ତନ କରିଥିବାରୁ ସେ ଧନ୍ୟବାଦ ଦେଉଥାଏ।


Rate this content
Log in

More oriya story from Yagnaseni Panda