STORYMIRROR

Dayanidhi Pati

Children Stories

4  

Dayanidhi Pati

Children Stories

ବୁଲା କୁକୁର

ବୁଲା କୁକୁର

1 min
2

କୁକୁର

ନା ଶୁଣିଲେ 

କେହି କେହି କହନ୍ତି 

ହେ ହେ ହେ....

ହେ....

କୁକୁର ଆସିଲା

ତାକୁ ଗୋଡ଼ାଅ, 

ତାକୁ ବାଡାଅ 

ଆଉ କେହି କେହି 

କହନ୍ତି

ସେ ଆମର ବନ୍ଧୁ 

ତାକୁ 

ପାଖରେ ବସାନ୍ତି,

ସାଙ୍ଗରେ ବୁଲାନ୍ତି  

 ସାଙ୍ଗରେ ଖାନ୍ତି 

ପାଖରେ ଶୁଅନ୍ତି 

 ,ସବୁବେଳେ 

ସାଙ୍ଗରେ ଥାଏ 

ମୋ ନଜର ରେ

 ସେ

ଗୋଟେ ନିରୀହ ପ୍ରାଣୀ 

ନା କଥା କହି 

ଖାଇବାକୁ ମାଗି ପାରେ,

ନା ମନ ଖୋଲି 

ପେଟ ର ଭୋକ କଣ

ଜଣେଇ ପାରେ,

ହେଲେ ଏ ନିର୍ଦୟ ମଣିଷ 

ବେଳେ ବେଳେ 

ମଣିଷ ପଣିଆ

ଭୁଲି ଯାଏ,

ମୂର୍ଖ ହେଇ ଯାଏ 

କେତେବେଳେ 

ଟେକା ପଥର ତ 

ଆଉ କେତେବେଳେ

ବାଡ଼ି ଆଉ 

ଠେଙ୍ଗା ସାହାଯ୍ୟ ରେ 

ନୃଶଂସ ଙ୍କ

 ପରି ବାଡାଏ 

 ସେ ଦୋଷୀ 

ନ ହେଇ ମଧ୍ୟ 

ଦୋଷୀ ହେଇ ଯାଏ 

ଏ 

ମଣିଷ ନଜର ରେ...

ଆଉ

ଅକାରଣେ

ଭୋକ ବିକଳରେ 

ଖାଇବା 

ପ୍ରତି ବଦଳ ରେ 

ଗୁଡ଼ାଏ

ମାଡ ବି ଖାଇ ଯାଏ 

ହେଲେ ପୂଣି ଥରେ 

ସବୁ କିଛି ଭୁଲି, 

ସେ ସେଇ 

ମଣିଷ ପାଖକୁ 

ହିଁ ଆସେ 

କାହିଁକି ଜାଣନ୍ତି ?

କିଛି ଖାଇବା ଆଶା ରେ 

ସାମାନ୍ୟ କୁକୁର ଟିଏ 

ହେଇ ମଧ୍ୟ 

ସେ ବୁଝି ପାରୁଛି

କି ମଣିଷ...

ଦୟାଵାନ,

ଗୁଣଵାନ

ଭୋକିଲା କୁ

ଖାଇବାକୁ ଦିଏ 

ନିରୀହ କୁ 

ଆଶ୍ରୟ ମଧ୍ୟ ଦିଏ 

ହେଲେ ଆମେ ମାନେ

ମଣିଷ ହେଇ ମଧ୍ୟ 

ସବୁକିଛି ବୁଝିବାର

 ଜ୍ଞାନ ଥାଇ ମଧ୍ୟ 

ମୂର୍ଖାମୀ ର 

ପରିଚୟ ଦେଇଥାନ୍ତି ll....

ଏ ନିରୀହ ଜୀବ

ମାନଙ୍କ ଉପରେ 

ଅତ୍ୟାଚାର କରି ଥାନ୍ତି ll....

ମଣିଷ ହୋଇ 

ଏତେ ସାରା

ଗୁଣ ଆଉ ଜ୍ଞାନ

ଥାଇ ଯଦି 

ଆମେ 

ଏହି ଭଳି କର୍ମ କରିବା 

ତେବେ ଭଗବାନଙ୍କ 

ପାଖରେ ଦ୍ରୋହି

ହୋଇ ରହିବା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍