STORYMIRROR

ବିଜୟ କୁମାର ନାୟକ

Others

3  

ବିଜୟ କୁମାର ନାୟକ

Others

ବ୍ରହ୍ମଜ୍ଞାନ

ବ୍ରହ୍ମଜ୍ଞାନ

1 min
472


ଜାଣିଛି ମୁଁ ମୋର ସେ ଯୋଗ୍ୟତା ନାହିଁ,ତୁମ ହାତ ଗଢା ନିର୍ଜୀବ ଭଳି ପ୍ରତ୍ୟୟ ଭିନ୍ନ ଏକ ମାଟିର ପିଣ୍ଡୁଳା, ଟିଏ ମୁଁ । ଆକାରରେ ପରମାଣୁ ଠୁଁ ସହସ୍ର ଗୁଣରେ ସାନ, ବିନ୍ଦୁ ଟିଏ କହିଲେ ବି ଭୁଲ୍ ହୋଇଯିବ, ତଥାପି ମୁଁ ଶୂନ୍ୟ ନୁହଁ, ସ୍ଥିତିହୀନ ସମ ସମ୍ୟକ ଅଣାକାରରୁ ଆକାର ରେ ନିର୍ମିତ ଏକ ବସ୍ତୁ। ବାସ୍ତବରେ ଦେଖିବାକୁ ଗଲେ ସମଗ୍ର ବିଶ୍ଵରେ ଚର୍ଚ୍ଚିତ ସର୍ବଯୋନି ମଧ୍ୟେ, ସମ୍ଭୂତ ଦିବ୍ୟଜ୍ଞାନ ର ଅଧିକାରୀ ବୋଲି ଗର୍ବିତ, ହେଲେ କୀଟ ଠୁଁ ବିହୀନ ତଥାପି ମୁଁ ଲକ୍ଷ ହାସଲ ପାଇଁ ଚେଷ୍ଟିତ, ଅଦମ୍ୟ ଉଦ୍ୟମ ଓ ଦୁର୍ବାର ଅଭିଳାଷା ରେ ପାଇବାକୁ ଇଛୁକ ତୁମ ବ୍ରହ୍ମଜ୍ଞାନ.....।


ମୁଁ ଜାଣେ ହେ ଈଶ୍ୱର , ଆପଣ ପୂର୍ବ, ପଶ୍ଚିମ, ଉତ୍ତର,ଓ ଦକ୍ଷିଣ ଦିଗରେ ବିଦ୍ୟମାନ... ମୁଖ୍ୟ ଚତୁର୍ଦ୍ଦିଗ ଛଡ଼ା.. ଐଶାନ୍ୟ, ଅଗ୍ନି, ନୈରୂତ, ବାୟୁ, ଉର୍ଦ୍ଧ୍ବ ଓ ଅର୍ଦ୍ଧ ଷଷ୍ଠ ଦିଗରେ ମଧ୍ୟ ବିଦ୍ୟମାନ। ଏଣୁ ଆପଣ ପ୍ରକାଶବାନ।


ମୁଁ ଜାଣେ ଆପଣ ସର୍ବଂସହା ପ୍ରଥମ ପୂଜ୍ୟା ମାଟିରେ ଅଛନ୍ତି, ପବନରେ ବି ଅଛନ୍ତି,ଯିଏ ଶୁଷ୍କ ତୃଣ କୁ ହଲାଇ ପାରନ୍ତି ନି, ଓ ଆବଶ୍ୟକ ସ୍ଥଳେ ଅଣଚାଶ ରୂପ ଧରି ପାରନ୍ତି, ସର୍ବବ୍ୟାପୀ , ପରିବ୍ୟାପ୍ତ ଆକାଶରେ ବି ଅଛନ୍ତି ଏଣୁ ଆପଣ ମଧ୍ୟ ଅନନ୍ତବାନ୍ ।


ଏତିକି ବି ଜାଣେ ଆପଣ ତ୍ରିନେତ୍ରଧାରୀଙ୍କ ତୃତୀୟ ଚକ୍ଷୁରୁ ଉତ୍ପନ ଅଗ୍ନିଙ୍କ ଠାରେ ଅଛନ୍ତି, ସକଳ ଶକ୍ତି ର ଆଧାର ସୂର୍ଯ୍ୟ କିରଣ ରେ ମଧ୍ୟ ଅଛନ୍ତି, ଶୀତଳ ଜ୍ୟୋତ୍ସ୍ନା ପ୍ରଦାୟିନୀ ଚନ୍ଦ୍ରମାଙ୍କ ଠାରେ ରହିଛନ୍ତି, ନିମିଷକ ମଧ୍ୟରେ ପ୍ରକଟ ଓ ଉଭାନ ହେଉଥିବା ତେଜମୟୀ ବିଜୁଳିଙ୍କ ପାଖରେ ବି ରହିଛନ୍ତି, ଯିଏ ସମଗ୍ର ସଂସାରକୁ ଭସ୍ମୀଭୂତ କରିପାରନ୍ତି, ଏଣୁ ଆପଣ ଜ୍ୟୋତିଷ୍ମାନ....।


ଆହୁରି ବି ଜାଣେ ସଜୀବ ର ପ୍ରଶ୍ୱାସ ନେବାରେ, ନିଃଶ୍ୱାସ ତ୍ୟାଗରେ ଆପଣ ବିଦ୍ୟମାନ, ଯାହା ଆମେ ପ୍ରଚକ୍ଷୁ ରେ ଦେଖୁଛୁ, କର୍ଣ୍ଣରେ ଶୁଣୁଛୁ ପାଞ୍ଚ ମନ ଓ ପଚିଶ ପ୍ରକୃତି ରେ ଚିନ୍ତା କରୁଛୁ ଏ ସବୁରେ ଆପଣ ବିଦ୍ୟମାନ.. ଏଣୁ ଆପଣ ଆୟତନବାନ୍.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from ବିଜୟ କୁମାର ନାୟକ