STORYMIRROR

Salina Sahu

Children Stories

4  

Salina Sahu

Children Stories

ଭାବ ଯେପରି ଘଟେ ସେପରି

ଭାବ ଯେପରି ଘଟେ ସେପରି

2 mins
394

      ଜଣେ ଉକ୍ତ ଶ୍ରୀରାମଙ୍କ ଚିତ୍ରଟିଏ ରଖି ପୂଜା କରୁଥିଲା ।ଯେଉଁ ଦିନ ସେ ପୂଜା କରୁଥିଲା ସେଇଦିନୁ ତା' ଉପରକୁ ବିପଦ ପରେ ବିପଦ ମାଡ଼ି ଆସିଲା। ସେ ଭାବିଲା,ରାମଙ୍କ ପୂଜା ବୋଧେ ମୋ ପାଇଁ ନୁହେଁ। ସେ ରାମଙ୍କ ଫଟୋ ବଦଳରେ ଶିବଙ୍କ ଫଟୋଟିଏ ଆଣି ପୂଜା କଲା।ଦେଖାଗଲା ବିପଦ କମିବା ବଦଳରେ ଆହୁରି ବଢ଼ିଗଲା। ସେ ଫଟୋ ପୂଜା ବନ୍ଦ ହେଲା ଓ ତା' ବଦଳରେ ଆସିଲା ଗାୟତ୍ରୀ ଦେବୀଙ୍କ ଫଟୋ। ଦିନେ ସେ ଦେଖିଲା ଗାୟତ୍ରୀ ଦେବୀଙ୍କ ପାଖରେ ଦିଆଯାଇଥିବା ଧୂପ ଗାୟତ୍ରୀଙ୍କ ଆଡ଼କୁ ନ ଯାଇ,ଯାଉଛି ରାମ ଓ ଶିବଙ୍କ ଫଟୋ ଅପୂଜା ହୋଇ ଥୁଆହୋଇଥିବା ଆଲମାରୀ ଆଡ଼କୁ।ସେ ଭାବିଲା, ଏ ଠାକୁର ଦିଟା ଭଲ ବଦଳରେ ମୋର ଖରାପ କଲେ, ଏମାନେ କାହିଁକି ଧୂପ ପାଇବେ? ଆଲମାରୀ ଖୋଲି ଫଟୋ ଦିଟାକୁ କନାରେ ଗୁଡ଼ାଇ ରଖିଦେଲା।ସେ ଭାବିଲା,ରାମ ଓ ଶିବଙ୍କ ନାକ,କାନ, ପାଟି, ଆଖିକୁ କନାରେ ଗୁଡ଼ାଇ ଦେଲିଣି ସେ ଆଉ ଧୂପ ପାଇବେ କୋଉ ବାଟେ?


ଏ କଥା ଭାବୁ ଭାବୁ ରାମ ଓ ଶିବ ତା' ସମ୍ମୁଖରେ ଉଭା ହୋଇପଡିଲେ। ସେ ଲୋକଟି ହଡବଡେଇ ଗଲା।ସେ ଭାବିଲା ଏମାନଙ୍କୁ ପୂଜା କଲି ଯେ ଏମାନେ ପ୍ରସନ୍ନ ହେଲେଣି,କନାରେ ଗୁଡ଼ାଇ ଦଣ୍ଡ ଦେଲି ବୋଲି ଆସି ହାଜର ହୋଇଗଲେଣି। ଏ ତ ବଡ଼ ଆଶ୍ଚର୍ଯ୍ୟର କଥା।


       ରାମ ଓ ଶିବ ତା' ମନ କଥା ଜାଣିପାରି କହିଲେ," ଆରେ ଓଲୁ,ତୁ ଆମ ଫଟୋ ପୂଜା କଲାବେଳେ ଆମକୁ ନିର୍ଜୀବ ବୋଲି ଭାବୁଥିଲୁ,ତୁ ଡାକିଲେ ଆମେ ଆସନ୍ତୁ କିପରି?" ଫଟୋରେ ଜୀବନ ଅଛି ବୋଲି ଭାବି,ରାଗରେ ହେଉ ବା ବିରକ୍ତିରେ ହେଉ, ଆମ ନାକ,ଆଖି ଯେତେବେଳେ ବନ୍ଦ କରିଦେଲୁ ସେତେବେଳେ ତୁ ନିଶ୍ଚୟ ଭାବିଲୁ ଯେ ଆମର ଜୀବନ ଅଛି ।ତେଣୁ ତୋ ଆଗରେ ଆମେ ଜୀବନ୍ତ ହୋଇ ଉଠିଲୁ। ଏଥିରେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି?


       ଯେଉଁ ଭକ୍ତମାନେ ମୋ ଫଟୋକୁ ବା ଭଗବାନଙ୍କର ଯେ କୌଣସି ରୂପର ଫଟୋକୁ ବା ମୂର୍ତ୍ତିକୁ ପୂଜା କରୁଛନ୍ତି,ତାହାକୁ ଜୀବନ୍ତ ବୋଲି ଭାବି ପୂଜା କଲେ ସିନା ଭଗବାନ ଡାକ ଶୁଣିବେ। ତା' ନ କରି ବାଧ୍ୟତାମୂଳକ ଭାବରେ ଫଟୋ ପୂଜା କରି କିଛି ଲାଭ ନାହିଁ।ଫଟୋକୁ ପୂଜା କରି ଯଦି ତାଙ୍କ ବଚନକୁ ନ ଶୁଣିବେ ତାହେଲେ ଫଟୋ ପୂଜା କରିବା ଏକ ବାହ୍ୟାଡମ୍ୱର ମାତ୍ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍