STORYMIRROR

LAXMIPRIYA SAHU

Others

3  

LAXMIPRIYA SAHU

Others

ବାକି ରହିଯାଏ କିଛି ତଥାପି

ବାକି ରହିଯାଏ କିଛି ତଥାପି

2 mins
319

( ମନ! କାହିଁକି କେଜାଣି ବିଚଳିତ ହୋଇ ଉଠୁଛି ଏ ମନ। ମାନସ ପଟେ ଗୁଡ଼ାଏ ପ୍ରଶ୍ନ... ମୁଁ କିଏ, ମୁଁ କଣ ଓ ମୁଁ କାହିଁକି?? ପ୍ରତି ମୁହୂର୍ତ୍ତ, ପ୍ରତିକ୍ଷଣ କେବଳ ଏ ଗୁଡ଼ାଏ ପ୍ରଶ୍ନ। ଚାହିଁଲେ ବି ଭୁଲି ହଉନି ମନର ସେଇ ଆବେଗଭରା ଚିନ୍ତନକୁ। ଦ୍ୱନ୍ଦର ଏହି ଛନ୍ଦ ଭିତରେ ମଧୁ କେମିତି କରିବ ପରିସ୍ଥିତିର ସାମ୍ନା। ଗପଟିକୁ ପଢି ଚାଲନ୍ତୁ ଜାଣିବା ମଧୁର ହୃଦୟଙ୍ଗମତାକୁ )


     ରାସ୍ତାର ଗୋଟିଏ କଡରେ ଏକ ବିରାଟ ବୃକ୍ଷ। ବୃକ୍ଷର ଅବସ୍ଥିତି ଗୋଟିଏ ଶୋଷିତ, ଥକା ପଥିକର ଇଚ୍ଛାକୁ ଯେମିତି ପୂରଣ କରୁଛି। ପତ୍ରର ତାଳକୁ ମେଳକରି ମଧୁର ମନ ବିଚଳିତ ହୋଇ ଉଠୁଛି। ବୃକ୍ଷର ବିନିତରେ ବସି ରହିଛି ମଧୁ। ମାନସ ପଟେ ଗୁଡ଼ାଏ ପ୍ରଶ୍ନ... ମୁଁ କିଏ, ମୁଁ କଣ ଓ ମୁଁ କାହିଁକି?? 

         ମଧୁର ବିଚଳିତ ମନ ସହିତ ବିଚଳିତ ଆଖି ଉପରେ ନଜର ପଡିଲା ଏକ ଥକା ପଥିକର ଶୋଷିତ ମୁଁହ ଉପରେ। ପଥିକଟି ଚାଲିଚାଲି ଆସି ପହଞ୍ଚିଲା ବୃକ୍ଷର ଛାଇ ତଳକୁ। ନିଶ୍ୱାସ ପ୍ରଶ୍ୱାସରେ ଯେମିତି ଆରାମଦାୟକ ଉନ୍ମୋଚିତ କଲା। ଠିକ୍ ଏହି ସମୟରେ ମଧୁ ପଚାରି ପକାଇଲା ସେଇ ପ୍ରଶ୍ନ ଗୋଡାକ.. ମୁଁ କିଏ, ମୁଁ କଣ ଓ ମୁଁ କାହିଁକି... 

ପଥିକ - ମୁଁ କିଏ? (କିଛି ସମୟ ମଧୁକୁ ଅନେଇ) 

ମଧୁ - ତୁମେ କିଏ (ଆଶ୍ଚର୍ୟ୍ଯ ମୁଖରେ)! ମାନେ କଣ! 

ପଥିକ - ହଁ, ମୁଁ କିଏ? 

ମଧୁ - ବୁଝି ହେଲାନି (ଚିନ୍ତିତ ମୁଖରେ)!

ପଥିକ - ହସ ହସ ମୁଖରେ ଶାନ୍ତ ମନରେ, ବିଶ୍ରାମ ହୋଇ କହିଲା ବୃକ୍ଷ ହେଉଛି ବୃକ୍ଷ, ଜଳ ହେଉଛି ଜଳ,ବାୟୁ ହେଉଛି ବାୟୁ ସେଥିପାଇଁ ମୁଁ ହେଉଛି ମୁଁ ଓ ତୁମେ ହେଉଛ ତୁମେ! ବୃକ୍ଷ, ଜଳ, ବାୟୁ ଏମାନେ ଯଦି ଏହି ବିକଳ୍ପରେ ଥାଆନ୍ତେ ତାହେଲେ ଆମେ ଏଠି ବୃକ୍ଷର ଛାଇରେ ବସି ନ ଥାନ୍ତେ। ଏମାନେ ନିଜ ପ୍ରଶ୍ନର ଉତ୍ତର ଖୋଜରେ ଲାଗି ଥାନ୍ତେ ଓ ନିଜର ବ୍ୟକ୍ତିଗତ କର୍ମକୁ ଠିକ୍ ଭାବରେ ନିଭାଉ ନ ଥାନ୍ତେ। 

ମଧୁ - ହଁ (ଶାନ୍ତ ମନରେ)

ପଥିକ - ତୁମେ ହେଉଛ ଶରୀର ବହନ କରିଥିବା ଏକ ଆତ୍ମା ଯାହାର ମନ, ହୃଦୟ ଓ ଭାବନା ଶକ୍ତି ରହିଛି | ପଞ୍ଚଭୂତରେ ଗଠିତ ଶରୀରର ତୁମେ ମାଲିକ | ସେଥିପାଇଁ ତୁମେ ତୁମେ ଅଟ | 

ମଧୁ - (ଅଳ୍ପ ହସିକି) ହଁ ଆଜ୍ଞା ଆପଣ ଠିକ୍ କହୁଛନ୍ତି | ଆପଣଙ୍କୁ ଧନ୍ୟବାଦ ! ହେଲେ ଆଉ ଗୋଟିଏ ପ୍ରଶ୍ନ, ମୁଁ କହିିଁକି ?

ପଥିକ - ତୁମେ କହିଁକି ? ଏହି ପ୍ରଶ୍ନର ଉତ୍ତର ତୁମକୁ ନିଜେ ଭାବିବାକୁ ପଡିବ ! 

ମଧୁ - ଠିକ୍ ଅଛି ଏହି ପ୍ରଶ୍ନର ଉତ୍ତର ମୁଁ ହିଁ ଦେବି |

    ପଥିକ ନିଜ ବାଟରେ ପୁଣି ଆଗକୁ ବଢି ଚାଲିଲା ଓ ମଧୁ ନିଜର ସେହି ଅନ୍ତିମ ପ୍ରଶ୍ନର ଉତ୍ତର ଖୋଜରେ ଲାଗିପଡିଲା ..!


Rate this content
Log in