A Laxmidhara patra

Children Stories

2  

A Laxmidhara patra

Children Stories

ବାଘ ଏବଂ ସୁବର୍ଣ୍ଣ କଙ୍କଣ

ବାଘ ଏବଂ ସୁବର୍ଣ୍ଣ କଙ୍କଣ

2 mins
131



ଥରେ ଜଣେ ବ୍ରାହ୍ମଣ ତୀର୍ଥ କରିବାପାଇଁ ବାହାରିଲେ । ଯିବା ବାଟରେ ଏକ ବଡ ଜଙ୍ଗଲ ଅତିକ୍ରମ କରିବାକୁ ପଡିଲା । ସେ ଜଙ୍ଗଲରେ କିଛି ବାଟ ଯିବା ପରେ ଦେଖିଲେ ଗୋଟିଏ ବାଘ ଘାସ ଖାଉଛି । ବାଘଟି ହ୍ରଦ କୂଳରେ ବସିଥାଏ । ବାଘଟି ଘାସ ଖାଉଥିବାର ଦେଖୁ ବ୍ରାହ୍ମଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ଯିଏ ସବୁବେଳେ ଜୀବଜନ୍ତୁ ମାରି ଖାଇବା କଥା, ସେ ପୁଣି ଘାସ ଖାଉଛି ! ପୁଣି ବାଘ, ହାତରେ ଏକ ସୁବର୍ଣ୍ଣ କଙ୍କଣ ଧରିଛି । କଙ୍କଣଟିରେ ସୂର୍ଯ୍ୟ କିରଣ ପଡୁଥିବାରୁ ବେଶ୍ ଝଲ୍କୁଲ୍ ଦେଖାଯାଉଛି । ବାଘ ହାତରେ ସୁବର୍ଣ୍ଣ କଙ୍କଣ ଦେଖୁ ବ୍ରାହ୍ମଣଙ୍କ ମନରେ ଲୋଭ ଜାତ ହେବା ସ୍ୱାଭାବିକ୍ କଥା । କିନ୍ତୁ ବାଘ ପାଖକୁ ଯାଇ ବ୍ରାହ୍ମଣ କଙ୍କଣଟିକୁ ଆଣିବେ ବ୍ରାହ୍ମଣ ମନେ ମନେ ଏହି କଥା ଚିନ୍ତା କରୁଥାନ୍ତି


କିଛି ସମୟ ପରେ ବାଘଟି ବ୍ରାହ୍ମଣଙ୍କୁ କହିଲା, "ହଇରେ ବ୍ରାହ୍ମଣ ! ମୁଁ ଏଠାରେ ଘାସ ଖାଉଥିବା ଦେଖି ତୁ ଆଶ୍ଚର୍ଯ୍ୟ ହୋଇ ଯାଇଥବୁ । ତା'ପରେ ମୋ ହାତରେ ସୁବର୍ଣ୍ଣ କଙ୍କଣ ଦେଖୁ ଆହୁରି ଆଶ୍ଚର୍ଯ୍ୟ ଲାଗୁଥବ । ମୁଁ ତୋତେ ଏହି କଙ୍କଣଟି ଦେବାକୁ ଚାହୁଁଛି । ମୋ ପାଖରେ ଏହି ଜିନିଷଟି ରହି କ'ଣ ଲାଭ? ବରଂ ଜଣେ ମନୁଷ୍ୟକୁ ଏହା ଦାନ କଲେ ଜିନିଷଟି ତା'ର କାମରେ ଆସିବ । ତୁ ମୋ ଠାରୁ ଏହା ଗ୍ରହଣ କର । ମୋତେ ଏକ ହିଂସ୍ରଜନ୍ତୁ ବୋଲି ଭାବି ତୁ ବୋଧହୁଏ ଭୟ କରୁଥାଇପାରୁ । ମୁଁ ମୋର ଯୁବକ ଅବସ୍ଥାରେ ବହୁ ବନ୍ୟଜନ୍ତୁ, ମନୁଷ୍ୟମାନଙ୍କୁ ମାରି ଖାଇଛି । ସେହି ପାପ ପାଇଁ ମୁଁ ମୋର ପ୍ରାଣପ୍ରିୟା ପତ୍ନୀ ଏବଂ ପୁତ୍ରକୁ ହରାଇଥୁଲି । ଥରେ ଜଣେ ସାଧୁଙ୍କ ସହିତ ମୋର ପରିଚୟ ହେଲା । ସାଧୁ ଜଣକ ମୋତେ ଶିକାର କରିବାକୁ ବାରଣ କଲେ । ସାଧୁ ମହାତ୍ମାଙ୍କ ଉପଦେଶ ମାନି ମୁଁ ନିରାମିଶାଶି ପାଲଟି ଯାଇଛି । ପ୍ରତିଦିନ ମୁଁ ଏହି ନଦୀରେ ଗାଧୋଇ ସାରି ନଦୀ କୂଳରେ ଥିବା ଘାସକୁ ଖାଏ ବୋଧହୁଏ ସେଇଥପାଇଁ ମୋର ଦାନ ଏବଂ ପଂଝା ଗୁଡିକ ନଷ୍ଟ ହୋଇଗଲାଣି । ମୋ କଥା ଶୁଣିସାରିବା ପରେ ତୁ ତଥାପି ମୋତେ ବିଶ୍ୱାସ କରିପାରୁନୁ । ଦୟାକରି ମୋତେ ତୁ ବିଶ୍ୱାସ କର । ମୋଠାରୁ ଏହି ସୁବର୍ଣ୍ଣ କଙ୍କଣଟି ନେଇ ତୁ ତୋ ପତ୍ନୀକୁ ଦେଇଦେବୁ ।"


ତଥାପି ମଧ୍ୟ ବ୍ରାହ୍ମଣ ବାଘର କଥାକୁ ବିଶ୍ୱାସ କରିପାରିଲା ନାହିଁ ।


ବିଶ୍ୱାସ ଜନ୍ମାଇବା ପାଇଁ ବାଘଟି ବ୍ରାହ୍ମଣକୁ କହିଲା, ହେ ବ୍ରାହ୍ମଣ! ତୁ ଆଜି ପର୍ଯ୍ୟନ୍ତ ଜୀବନର ମାୟା ଛାଡିପାରିନୁ । ଜୀବନ କ୍ଷଣସ୍ଥାୟୀ ତଥାପି ମଧ୍ୟ ମନୁଷ୍ୟ ଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏହା ଅତ୍ୟନ୍ତ ମୂଲ୍ୟବାନ । ଜାଣିପାରୁଛି ତୁ ଦ୍ୱନ୍ଦ୍ୱରେ ପଡିଯାଇଛୁ । ଏହି ସୁବର୍ଣ୍ଣ କଂକଣଟି ନିଶ୍ଚୟ ତୋର ଦରକାରରେ ଆସିବ । ଲୋକେ କହନ୍ତି ବ୍ରାହ୍ମଣ ଉଚ୍ଚ ଜାତି; ସେମାନଙ୍କୁ ଦାନଦେଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି, କାରଣ ଭଗବାନଙ୍କ ସହ ସେମାନଙ୍କର କୁଆଡେ ସିଧା ସମ୍ପର୍କ ଅଛି ବୋଲି ସ୍ୱୟଂ ବ୍ରାହ୍ମଣମାନେ ହିଁ କୁହନ୍ତି । ସାଧାରଣ ଲୋକଙ୍କୁ ଦେବା ଅପେକ୍ଷ୍ୟା ତୋତେ ଦେଲେ ଭଗବାନ ଅଧିକ ଖୁସି ହେବେ ।



Rate this content
Log in