Shitikantha gaigaria

Others

3.5  

Shitikantha gaigaria

Others

ଅଫେରା ମୁହୂର୍ତ୍ତ

ଅଫେରା ମୁହୂର୍ତ୍ତ

1 min
79


ଏଇ ଯେଉଁ ବର୍ଷାର ବୁନ୍ଦାଗୁଡା ଓଳିରୁ ନିଗିଡି ପଡୁଛି, ତାକୁ ଦେଖି ଦିପଦ କବିତା ଲେଖିବି ଭାବିଲା ବେଳକୁ ମନରେ ଅତୀତର ସେଇ ବର୍ଷା ଭିଜା ଅଭୁଲାସ୍ମୃତି ସବୁ ଧକେଇ ହୋଇ ପଶିଆସୁଛି | ଇଛାହେଉଛି ଭିଜିଯିବାକୁ ଏ ଅଦିନିଆ ମେଘରେ |ଭିଜି ଭିଜି ଓଦା ଜୁଡୁବୁଡୁ ହୋଇ ଅକୁହା କଥାକୁ ନିରୋଳାରେ ମାନେ ପକେଇବାକୁ ଆଉ ପୁରୁଣା ସ୍ମୃତି ସବୁକୁ ତାଜା କରିବାକୁ|

ମନେପଡେ ସେଦିନର ବର୍ଷା ଭିଜା ସ୍କୁଲ ଛୁଟି ସାଙ୍ଗକୁ ସାଥୀ ମେଳରେ କାଦୁଅ ଖେଳ |ବେଙ୍ଗଫୁଲା କୁ କୁନି ମାଛ ଭାବି ତା ପଛରେ ଗୋଡେଇ ବର୍ଷା ରେ ଭିଜିବା, ସ୍କୁଲ ଛୁଟି ନହେଉଣୁ ବହିବସ୍ତାନି ସବୁ କାଖରେ ଜାକି ବ୍ୟାଗ ଟାକୁ ମୁଣ୍ଡରେ ଦେଇ ଦୌଡ଼ି ଦୌଡି ଘରକୁ ତ ଆଉ କେବେ କେବେ ବ୍ୟାଗ ସବୁକୁ ବାଡ଼ି ସାହାଯ୍ୟରେ ଭାର କରି ଦି'ଜଣ ସାଙ୍ଗ କାନ୍ଧରେ ବୋହି ବର୍ଷା ରେ ଓଦା ହୋଇ ଘରକୁ ଫେରିବା |ବାପାଙ୍କ ଠାରୁ ଦି ପଦ ମିଠା ମିଠା ଗାଳି ଶୁଣିବାପରେ କବାଟ କୋଣରେ ଲୁଚି କଇଁ କଇଁ ହୋଇ କାନ୍ଦିବା|ଠିକ ଏତିକିବେଳେ ମୋ ଅତିପ୍ରିୟ ସ୍ନେହମୟୀ ମା 'ର ଆଗମନ,କୋଉଠି ଥିବ କେଜାଣି ଧଡ଼ପଡ଼ ହୋଇ ଦୌଡ଼ିଆସି ପାଖରେ ବସି କହିବ "କଣ ହେଲା ମୋ ଧନର,କିଏ ମାଇଲା ବାପା " ଏମିତି ଆହୁରି କେତେ ମନ ଭୁଲଣିଆ ସ୍ନେହ ଭରା ମିଠା କଥା ଶୁଣିବା ପରେ ମୋ କୁନି ଓଠରୁ ହସ ଆପେ ଆପେ ଝରିପଡ଼େ | ମୋ ଖୁସି ଦେଖି ମା ର ମୁଖମଣ୍ଡଳରେ ଖୁସି ଦ୍ବିଗୁଣିତ ହୋଇ ଯାଉଥିବ,ଲାଗେ ସତେ ଯିମିତି ମୋ ମା ସାତ ଜନ୍ମର ସୁଖ ପାଇଯାଇଛି କି?

    ସତରେ ଆଜି ବର୍ଷା ଭିଜା ପାଗଟା ଅତୀତର ସ୍ମୃତି ସବୁକୁ ରୋମନ୍ଥନ ପୂର୍ବକ ହୃଦୟଟାକୁ ଆନ୍ଦୋଳିତ କରି ପକାଉଛି | ଇଛା ହେଉଛି ଫେରିଯାଆନ୍ତିକି ପିଲାବେଳ ସେଇ ଅଫେରା ମୁହୂର୍ତ ପାଖକୁ ...... ପୁଣିଥରେ ବର୍ଷା ରେ ମନଭରି ଉପଭୋଗ..................


Rate this content
Log in