Sima Sahu

Children Stories Children

3  

Sima Sahu

Children Stories Children

ଅଲିଭା ଆଳତି

ଅଲିଭା ଆଳତି

1 min
200


ଅଲିଭା ଆଳତୀ କୁନି ଝିଅଟିଏ

    ଖେଳାଏ ସରଗ ଛାଇ

କୋମଳମତି ତା' କୋମଳ ସ୍ୱରରେ 

ଘରଟି ସରଗ ଭୂଇଁ ।

ଆମ ସୁଖେ ଦୁଃଖେ 

    ସବୁବେଳେ ପାଖେ

   ମାଆଟିଏ ଲୋଡା ହୁଏ

ମାଆ ଗର୍ଭସ୍ଥଳେ 

   ସୁକୋମଳ କୋଳେ

ମାଂସ ପିଣ୍ଡ ଵଢୁଥାଏ ।

 କନ୍ୟା ଜନ୍ମ ହେଵ 

  ସମସ୍ୟା ଜନ୍ମିବ

 ମାଆ ତା ଶିକାରୀ ହୁଏ ।

ଅଜନ୍ମା ଝିଅଟି ଗର୍ଭରେ ଥାଇ କି

 ମାଆକୁ ଧିରେଇ କହେ ।

ହତ୍ୟା କର ନାହିଁ ସ୍ନେହମୟୀ ମାଆ

ତୋ ମୁହଁ ନ ଦେଖିବା ଯାଏଁ ।

ଏକଥା ଶୁଣି ମାଆ ହୃଦେ ପଥର

   ଅଚିରେ ତରଳି ଯାଏ

ସାମାଜିକ ଚାପ କରେ ଅମାନିଆ

  ମାରିବାକୁ ଵାଧ୍ୟ ହୁଏ ।

ପୁଣି ଜାଗିଉଠେ ମାଂସ ପିଣ୍ଡୁଳାଟି

  କୋମଳ ଚିତ୍କାର କରେ

ମାଟି ଅଗଣାରେ ସୁନା ଝୁଳଣା  

  ମାଆ............

ସାଧାରଣ ଝିଅ ନୁହେଁ ।

  



Rate this content
Log in

More oriya story from Sima Sahu