ଅକ୍ଷୟ ମହାନ୍ତି
ଅକ୍ଷୟ ମହାନ୍ତି
ଅକ୍ଷୟ ମହାନ୍ତି (ଖୋକା ଭାଇ ନାମରେ ମଧ୍ୟ ଜଣା, ୧୨ ଅକ୍ଟୋବର ୧୯୩୬ – ୧୭ ନଭେମ୍ବର ୨୦୦୨) କଟକ ଠାରେ ଜନ୍ମିତ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ । ସେ ଓଡ଼ିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି, ତାଙ୍କୁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ବୋଲି କୁହାଯାଇଥାଏ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି ।
ଜୀବନୀ
ବଡ଼ ଭଉଣୀ ସୁଲକ୍ଷଣା ପଟ୍ଟନାୟକଙ୍କଠାରୁ ପ୍ରଭାବିତ ଅକ୍ଷୟ, ୧୯୪୮ ମସିହାରେ ଅକ୍ଷୟ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁଶିଳ୍ପୀ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ତାଙ୍କର ସଂଗୀତ କ୍ଷେତ୍ରରେ ପ୍ରଥମ ପ୍ରବେଶ । ୧୯୫୫ ମସିହାରୁ ସେ ଜଣେ ସ୍ୱୀକୃତିପ୍ରାପ୍ତ ବେତାର ଶିଳ୍ପୀ । ୧୯୫୭ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ଯୁବଉତ୍ସବ ତାଙ୍କ ପରିଚାଳିତ ସମବେତ ସଙ୍ଗୀତ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଅକ୍ଷୟଙ୍କର ପ୍ରଥମ ଚଳଚ୍ଚିତ୍ର ଗୀତ ଥିଲା ପଚାଶ ଦଶକରେ ମୁକ୍ତିଲାଭ କରିଥିବା ଗାଇଆଳ ଭାଇ ଧରିଛି ଶୁଣ । ୧୯୫୯ର ମାଆ କଥାଚିତ୍ରର ଗୋରି ଗୋରି ଗୋରି ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ଗୀତ । ସେ ମୋଟ ୧୨୯ ଗୋଟି କଥାଚିତ୍ରରେ କଣ୍ଠଦାନ କରିଛନ୍ତି ।
୧୯୬୫ରେ ନିର୍ଦ୍ଦେଶକ ମଲାଜହ୍ନ କଥାଚିତ୍ର ପାଇଁ ସେ ସଙ୍ଗୀତ ତିଆରି କରିଥିଲେ । "ରକତ ଟଳମଳ" ଗୀତଟି ସେହି କଥାଚିତ୍ରର ଏକ ଜଣାଶୁଣା ଗୀତ । ସେ ୭୫ଟି ଓଡ଼ିଆ କଥାଚିତ୍ରରେ ସେ ତିଆରି କରିଛନ୍ତି ସଙ୍ଗୀତ ଓ ୯୨ଟି କଥାଚିତ୍ରରେ ଗୀତିକାର ସାଜିଛନ୍ତି ।
ଓଡ଼ିଆ ସଙ୍ଗୀତରେ ସେ ଆଣିଛନ୍ତି ଅନେକ ପରଖ, ନୂଆ ନୂଆ ଶବ୍ଦ ଭେଳିକି ଯାହା ସେ କାଳରେ ଆଧୁନିକ ଯନ୍ତ୍ରର ଅଭାବରେ ହୋଇପାରୁନଥିଲା । ତାଙ୍କ ପରଖର ଲମ୍ବା ଧାଡ଼ି ଲମ୍ବିଥିଲା ଓଡ଼ିଆ ପୁରାଣ ଆଉ ପୁରୁଣା ସାହିତ୍ୟ ଯାଏଁ, "କାଞ୍ଚି ଅଭିଯାନ", "ରାଣ୍ଡୀପୁଅ ଅନନ୍ତା" ଆଉ "କୋଣାର୍କ ଗାଥା" ସେ ଭିତରୁ କିଛି । ଫକୀର ମୋହନ ସେନାପତିଙ୍କ "ପେଟେଣ୍ଟ ମେଡିସିନ"କୁ ନେଇ ସେ ତିଆରି କରିଥିବା ନାଟକ ଆକାଶବାଣୀର ଶ୍ରେଷ୍ଠ ନାଟକ ପୁରସ୍କାର ଜିଣିଥିଲା ।
ସାଲବେଗ ଙ୍କ ରଚନା 'କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ' ଭିତରେ ସେ ଓଡ଼ିଆ ଭଜନରେ ନୂଆ ଧାରାଟିଏ ଆରମ୍ଭ କରିଥିଲେ । 'ସାତ ଦରିଆପାରେ'ର ଦେଶ ପାଇଁ କଥା, "ହେ ଫଗୁଣ ତୁମେ'ର ଉଦାସୀ ମନ ଆଉ 'ରାଜାଝିଅ ସାଙ୍ଗେ"ର ହାଲକା ଫୁଲକା ଭାବ; ଦୁଃଖଭରା 'ରକତ ଟଳମଳ' ଆଉ ଭାବୁକ 'ଚକୋରି ଝରାନା ଲୁହ' - ଏଇ ସବୁ ଗୀତ ଭିତରେ ଅକ୍ଷୟ ନିଜ ପାଇଁ ଗୋଟିଏ ନିଆରା ପରିଚୟ ତିଆରିକରି ଯାଇଛନ୍ତି ଓଡ଼ିଆ ପ୍ରାଣରେ ।
ପୁରସ୍କାର ଓ ସମ୍ମାନ
- ଜୟଦେବ ପୁରସ୍କାର
- ପ୍ରଚ୍ଛଦ ସଙ୍ଗୀତ ପାଇଁ ୭ ଗୋଟି ରାଜ୍ୟ ପୁରସ୍କାର
- ରାଜ୍ୟ ସଙ୍ଗୀତକାର ପୁରସ୍କାର
- ଅନେକଥର ଓଡ଼ିଶା ସିନେ କ୍ରିଟିକ ପୁରସ୍କାର
- ମରଣୋତ୍ତର ଉତ୍କଳ ଗୌରବ ସମ୍ମାନ (କେଇସିଟି ଗ୍ରୁପଦ୍ୱାରା ଆୟୋଜିତ କଳିଙ୍ଗ ସିନେ ଆୱାର୍ଡ଼ କାର୍ଯ୍ୟକ୍ରମ - ୨୦୧୬ ଜାନୁଆରୀ ୬ରେ)
ଜଣାଶୁଣା ଗୀତ ସବୁ
ସୁଗମ/ରୋମାଣ୍ଟିକ
- ରଜାଝିଅ ସାଙ୍ଗେ
- ଯାଯାବର
- ଯା'ରେ ଭାସି ଭାସି ଯା
- ଗାଇଆଳ ଭାଇ ଗାଉଛି ଗୀତ
- ସ୍ମୃତି ତୁମେ
- ବଯସର କୃଷ୍ଣଚୁଡ଼ା
- ତହୁଁ କାଞ୍ଜି ଗଲା
- ଉଡ଼ି ଉଡ଼ି ଉଡ଼ି ଯା'ରେ ଉଡ଼ି
- ବାହା ବାହାରେ କାପିଟାଲ
- ପୁଣ୍ୟର ନଦୀତିରେ
- ଅବୁଝା ପ୍ରିୟତମା
- ନଦୀର ନାମ ଅଳସକନ୍ୟା
- ସାବି ସାବି
- ଆଲୋ ରତନି
- ହେ ଫଗୁଣ ତୁମେ ଗଲା ପରେ
- ନଣ୍ଡା ମୁଣ୍ଡିଆ ଡାଇଭର
- ସକାଳର ଗାଡ଼ି
- ବେବି ଏକ ଗେହ୍ଲା ଝିଅ
- ଗୋରି ଗୋରି ଗୋରି
- ରକତ ଟଳମଳ
- ଟିକ ଟିକ ଟିକ ଘଣ୍ଟା ଚାଲେ
- ଏଇ ଚୁମକି
- ଅବୁଝା ପ୍ରିୟତମା
- ଛପି ଛପି ବାସନ୍ତୀ ରାତି
- ରେଳଗାଡ଼ି ଯାଉଛି ଗଡ଼ି
- ସାତ ଦରିଆ ପାରେ
- ଚନ୍ଦ୍ରମା ଏକ ଚନ୍ଦନ ବିନ୍ଦୁ
- ଚଦ୍ରମଲ୍ଲି ହସେ
- ଏ ଏ ଏ ଆଲୋ ଆଲୋ ମଣି
- ରାତି ଯେ ଖୋଜେ
- କଳଙ୍କିତ ଏଇ ନାୟକ
- ହସ ତୋ ଲକ୍ଷେ ଟଙ୍କା
- ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ ପର
- ତୁ କି ବୁଲି ବାହାରିବୁ ସହର
- ମାଠିଆରେ ଗୋଟେ କଣା
- କାଲୀ ଗୋରି ଦିହେଁ ଗାଧେଇ ଗଲେ
- ଠିକ ତୋରି ପରି ଝିଅଟିଏ
- ଜାତକ ପଡ଼ିଛି ରାଜଜୋଟକ
ଭଜନ
- ଏକା ତୋ ଭକତ ଜୀବନ
- କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
- ଓଲଟ ବୃକ୍ଷେ ଖେଳୁଛି
- ଅଧାଗଢ଼ା ଦିଅଁକର
- ଦଶାବତାର (ଗୀତ ଗୋବିନ୍ଦ)
- ଶ୍ରୀକୃଷ୍ଣ ବଂଶୀ ଧ୍ୱନି
- ଜୟ ଜୟ ଜଗନ୍ନାଥ
ପୁରାଣ ଗାଉଣା
- କାଞ୍ଚି ଅଭିଯାନ
- ରାଣ୍ଡିପୁଅ ଅନନ୍ତା
- କୋଣାର୍କ ଗାଥା
