ଅଜବ ଏ ପ୍ରେମ.
ଅଜବ ଏ ପ୍ରେମ.
ପ୍ରିୟ ପାଠକ ବନ୍ଧୁ ) !
ମୁଁ ଭବାନୀ ଆପଣ ମାନଙ୍କ ପାଇଁ ନେଇ ଆସୁଛି ଏକ ନିଆରା ପ୍ରେମ କାହାଣୀ। ନିଆରା କହିବାର କାରଣ, ଏ ପ୍ରେମ କାହାଣୀଟି ଅନ୍ୟ ପ୍ରେମ କାହାଣୀ ଠାରୁ ସମ୍ପୁର୍ଣ୍ଣ ଭିନ୍ନ।
ଅଢେଇ ଅକ୍ଷର ବିଶିଷ୍ଟ ଛୋଟ ଶଦ୍ଦ ଟିଏ "ପ୍ରେମ" you
ହେଲେ କେତେ ବେଳେ କାହାକୁ ପ୍ରେମର ଅନେକ ରୂପ ଦେଖାଯାଏ ତୋ ପୁଣି କାହାକୁ ଅନେକ ରଙ୍ଗ।
ହେଲେ ପ୍ରେମର ସେଇ ଅନେଗୁଡ଼ିଏ ରଙ୍ଗ ଭିତରୁ ମୁଁ ଗୋଟିଏ ରଙ୍ଗକୁ ନେଇ ପ୍ରେମ କାହାଣୀଟି ଲେଖିଛି।
ମୁଁ ଭବାନୀ,ଲୋକଙ୍କ ନଜରରେ ମୁଁ ଗୋଟିଏ ଶାନ୍ତ ସରଳ ସ୍ଵଭାବର ପିଲା।
କିନ୍ତୁ ଏତେବି ଶାନ୍ତ ସରଳ ପିଲା ନୁହେଁ ।
ସାଙ୍ଗ ସାଥି କହିଲେ ମୋର ଜଣେ ଦି ଜଣ ଅଛନ୍ତି।
ନା କାହା ସହ କଳି ନା କାହା ସହ ଝଗଡ଼ା
ମୁଁ ଏବେ କଲେଜ ରେ ପାଠ ପଢେ ...
ମୁଁ ମୋ କଲେଜ ଯିବାର କିଛି ଦିନ ହୋଇ ଗଲାଣି
ମୋର କଲେଜରେ ସମସ୍ତଙ୍କ ସହ ଚିହ୍ନା ପରିଚୟ ବି ଭଲସେ ହୋଇ ଗଲାଣି
ସାଙ୍ଗ ସାଥି ମଧ୍ୟ ହୋଇ ଗଲେଣି.....
ଦିନକର କଥା:- ସେଦିନ କାହିଁକି କେଜାଣି ମୁଁ ଟିକେ ଶୀଘ୍ର କଲେଜ ବାହାରି ଯାଇଥାଏ। କିନ୍ତୁ ପ୍ରତିଦିନ ମୁଁ 12ଟା ବସ୍ ରେ ଯାଏ । କାରଣ ଆମ କ୍ଲାସ 1ଟେ ରୁ ଅଛି କିନ୍ତୁ ସେଦିନ ମୁଁ 11ଟା ବେଳକୁ କଲେଜ ପହଞ୍ଚି ଯାଇ ଥାଏ।କଲେଜ ପହଞ୍ଚି ଦେଖେ ମୋ ଚିହ୍ନା ପିଲା କେହି ଗୋଟେ ଆସି ନାହାନ୍ତି , କି ମୋ ସାଙ୍ଗ ବି ଆସିନି।ଆଉ ଯେଉଁ ଚିହ୍ନା ପିଲା ମାନେବି ଆସି ଛନ୍ତି ସେମାନେ ତାଙ୍କ କ୍ଲାସ କରୁଛନ୍ତି ।
ମୁଁ ଭାବିଲି ଏକା କଣ କରିବି ଯାଉଛି ସାଙ୍ଗକୁ ବି ଫୋନ କରି ଡାକି ଦେବି।
ତାପରେ.....
ମୁଁ :-ମୋ ସାଙ୍ଗକୁ ଫୋନ କରିଲି।
ସାଙ୍ଗ:- ଆରେ ତୁ କଣ ଆଜି ଏତେ ଶୀଘ୍ର କଲେଜପଳେଇ ଆସିଛୁ। ମୁଁ ତୋ ଏ ପଯନ୍ତ ରେଡି ହେଇନି
ମୁଁ:- ହୋଉ ତୁ ରେଡି ହେଇକି ଆ....
ଏତିକି କହି ଫୋନ କାଟିଦେଲି ଆଉ ଭାବିଲି ଏକା କଣ କରିବି ତାହା ଭାବି ମୁଁ ମୋ କଲେଜର ଷ୍ଟାପ ରୁମ ନିକଟରେ ଥିବା ଏକ ବାରଣ୍ଡା ଠାରେ ଯାଇ ବସିଲି ବସିକି ମୋବାଇଲରେ ଗୀତଶୁଣୁ ଥାଏ । ଗୀତ ଶୁଣୁ ଶୁଣୁ ହଠାତ ଦେଖିଲି ଗୋଟେ ଝିଅ ଆମ କଲେଜ ଗେଟ୍ ପାଖରେ ଠିଆ ହୋଇଛି ଯିଏ କି ପ୍ରଥମ ଥର କଲେଜକୁ ଆସିଛି। ଦେଖି କି ଲାଗୁଛି ଯେମିତି ସେ କଲେଜ ଭିତରକୁ ଆସିବା ପାଇଁ ଭୟ କରୁଛି। କିଛି ସମୟ ମୁଁ ଝିଅ ଟିକୁ ସେମିତି ଦେଖୁ ଥାଏ। ଦେଖୁ ଦେଖୁ ଭାବିଲି ଝିଅଟି ସହ ଯାଇ କଥା ହେବି। ଏବଂ ତାହା ଭାବି ମୁଁ ଝିଅଟି ର ପାଖକୁ ଗଲି।
ମୁଁ:- Hii
ହଠାତ୍ ଚମକି ପଡି !
ଝିଅଟି :- Hello
ମୁଁ :- ଆଜି ପ୍ରଥମ ଥର କଲେଜକୁ ଆସିଛ କି ...?
ଝିଅଟି :- ଧୀର କଣ୍ଠରେ ହଁ
ମୁଁ :- ତୁମର କୋଉ Department
ଝିଅଟି :- Math
ମୁଁ :- ...... ଓଃ
ପୁଣି ମୁଁ :- ତୋମ କ୍ଲାସ ରୁମ ଦେଖିଛ।
ଝିଅ :- ନା
ମୁଁ :- ହୋଉ ଚାଲ ମୁଁ ତୋମ କ୍ଲାସ୍ ରୁମ୍ ଦେଖେଇ ଦେବି।
ଝିଅ :- ହଁ .....ଚାଲ
ଏତିକି କହି ମୁଁ ଝିଅଟି କୁ Math କ୍ଲାସ୍ ରୁମ୍ ପାଖକୁ ନେଇ ଯାଉ ଥାଏ।
ରାସ୍ତାରେ ଯାଉ ଯାଉ ଝିଅଟିଏ ହଠାତ ଡର ଡର ମୁଁହରେ ପଚାରିଲା ତୋମ ନାମ କଣ......?
ମୁଁ :- ଭବାନୀ
ଝିଅ : - ଓଃ ନାଇସ ନାମ
ମୁଁ :- ଥେଙ୍କ୍ ୟୁ
ସେତିକି କହୁ କହୁ math କ୍ଲାସ୍ ରୁମ୍ ପାଖରେ ପହଞ୍ଚି ଗଲୁ।
କ୍ଲାସ ରୁମ ରେ କ୍ଲାସ ହଉ ଥିବାର ଦେଖି ଝିଅ ଟିଏ Bye କହି ସଙ୍ଗେ ସଙ୍ଗେ କ୍ଲାସ ରୁମ କୁ ପଶିଗଲା।
ମୁଁ ମଧ୍ୟ ଜାଣି ନଥିଲି math କ୍ଲାସର ସମୟ । ଝିଅଟି କ୍ଲାସ ରୁମକୁ ପଶିଗଲା ପରେ ମୁଁ ସେଠାରୁ ଫେରି ଆସିଲି .....
ଫେରି ଆସିକି ମୋ କ୍ଲାସ ରୁମ ବାହାରେ ବସି ଥାଏ
କିଛି ସମୟ ପରେ ମୋ ସାଙ୍ଗ ମଧ୍ୟ ଆସିଗଲା ଆଉ ଅନ୍ୟ ପିଲା ମାନେ ବି ଆସିଗଲେ। ଆଉ ସମସ୍ତେ କ୍ଲାସ କରିଲେ
କ୍ଲାସ ସରିବା ପରେ ମୁଁ ଆଉ ମୋ ସାଙ୍ଗ ଦୁହେଁ ବସଷ୍ଟପ କୁ ଯାଉ ଥାଉ
ଯାଉ ଯାଉ ମୁଁ ମୋ ସାଙ୍ଗକୁ କହୁଥାଏ ଭାଇ ଜାଣିଛୁ ଆଜି ମୋ ସହ କଣ ହେଇଛି।
ସାଙ୍ଗ :- ତୋର ପୁଣି ଆଜି କଣ ହେଇଛି ?
ମୁଁ :- କଲେଜ ରେ ଘଟିଥିବା କାହାଣୀ ସବୁ ସାଙ୍ଗ କୁ କହି ସାରିଲା ପରେ
ମୋ ସାଙ୍ଗ :- ହଉ ହଉ ଆଉ ଥରେ ସେ ଝିଅ ସହ ଦେଖା ହେଲେ ଭାଉଜ କହି ଡାକିବୁ।
(( ସତରେ ଆଜ୍ଞା ସାଙ୍ଗ ମିତ୍ର କମ୍ ଆଉ ଶତ୍ରୁ ବେଶୀ, ମୁହରୁ ଖାଇବା ଛଡେଇ ନେବା ଲୋକ ହେଉଛି ସାଙ୍ଗ। ଆଉ ଝିଅ ମାମଲା ରେ ତୋ ସବୁ ବେଳେ ଆଗେ, ତାଙ୍କ ଆଖି ସାମ୍ନା ରେ ଯେଉଁ ଝିଅକୁ ଦେଖିବେ କହିବେ ଦେଖ୍ ସେଇଟା ତୋ ଭାଉଜ ହେବ, ଯା ଭାଉଜ କୁ ପ୍ରଣାମ କରି ଆସିବୁ।
ଆଉ ଯଦି କୋଉ ସ୍କୁଲ କିମ୍ବା କଲେଜ ରେ ପଢୁଛ ତେବେ ଗୋଟେ ଝିଅ ତୋ ନିଶ୍ଚୟ ପସନ୍ଦ ହେଇ ଥିବ ଆଉ exact ସେଇ ଝିଅ ତୋମ ସାଙ୍ଗକୁ ବି ପସନ୍ଦ ଆସିଥାଏ ।
ତୋ ସାଙ୍ଗ ଚୋକର ରେ ସେ ଝିଅ କାହାର ବି ହେଇ ନ ଥାଏ।
ସେମିତି ବୋହୁତ କିଛି ଥଟ୍ଟା ମଜା କଥା ଅଛି ଯାହା କି ଯେତେ କହିଲେ ବି ସରି ବନି।
କିନ୍ତୁ ଯେତେ ଯାହା ହେଲେବି ଗୋଟେ ଭଲ ସାଙ୍ଗ ଆମ ସୁଖ ଦୁଃଖ ରେ ସବୁ ବେଳେ ଆମ ପାଖ ରେ ଛିଡା ହୁଏ। ଏ ଦୁନିଆ ଯେତେ ବେଳେ ଆମକୁ ପର କରିଦିଏ ଗୋଟେ ସାଙ୍ଗ ହିଁ ଆପଣାର କରେ । ସେ ଫେମିଲି ପ୍ରୋବ୍ଲେମ ହେଉ କି ପରସ୍ନାଲ ପ୍ରୋବ୍ଲେମ ସବୁଠି ସାହାଯ୍ୟ କରେ।
ତୋ ଜୀବନରେ ସାଙ୍ଗସାଥୀ ବି ରହିବା ନିହାତି ଜରୁରୀ। ))
Thank u..
....
ଲାଗୁଛି ସମସ୍ତଙ୍କୁ ନିଶ୍ଚୟ ଭଲ ଲାଗିଥିବ।[]

