Pravas Kumar Swain

Others

3  

Pravas Kumar Swain

Others

ଅବିଶ୍ୱସନୀୟ କବି

ଅବିଶ୍ୱସନୀୟ କବି

2 mins
432


ପ୍ରେରଣା ହିଁ ଜୀବନରେ ଲକ୍ଷ୍ୟ ପ୍ରାପ୍ତିର ଆଧାର l ହୃଦୟକୁ ଛୁଇଁଲାଭଳି କଥା ବା ଦୃଶ୍ୟ ଆମ ଜୀବନରେ ପ୍ରେରଣା ହୋଇ ଆମକୁ ଅଗ୍ରଦୂତ ସଜାଏ l ନିରାଶାର କଳାବାଦଲରେ ସମ୍ଭାବନାର ସୂର୍ଯ୍ୟ ଉଙ୍କିଉଠେ l ଅସମ୍ଭବ ପୁଣି ପରିଣତ ହୁଏ ସମ୍ଭବରେ l ହୃଦୟରେ ନୂତନ ସ୍ପନ୍ଦନ ଓ ସ୍ଫୁର୍ତ୍ତିକୁ ଜାଗ୍ରତ କରେ l ଏହିଭଳି ଏକ ନିଚ୍ଛକ ପ୍ରେରଣାର ଅନୁଭୂତି, ମୋତେ ଆଜି କବିଟିଏର ପରିଚୟ ଦେଇଛି l ଜୀବନରେ କବି ହେବାର ସ୍ବପ୍ନ ଦେଖିନଥିବା ମଣିଷଟି ଆଜି କବିତାମାନଙ୍କର ଗହଣରେ ଭାବବିହ୍ଵଳିତ ହୋଇପଡୁଛି l


ସେତେବେଳେ ମୁଁ +3 ଶେଷବର୍ଷର ଛାତ୍ର l କଲେଜର ବାର୍ଷିକ ଉତ୍ସବ ପାଇଁ ନାନାପ୍ରକାର ପ୍ରତିଯୋଗିତା ହେଉଥାଏ l ସେଥିମଧ୍ୟରୁ ଗୋଟିଏ ଥିଲା, ସ୍ୱ କବିତା ଆବୃତି l

କେଜାଣି କାହିଁକି ଇଛାହେଲା କବିତା ଆବୃତ୍ତିରେ ଭାଗ ନେବାକୁ l ସ୍କୁଲ ଜୀବନରେ ସାରଙ୍କ ଡାଏରୀରୁ ବିଭିନ୍ନ କବିତା ଦେଖି ଆବୃତ୍ତି କରିଛି l କିନ୍ତୁ ଏ ତ ସ୍ଵ ରଚିତ କବିତା ର ଆବୃତ୍ତି l ତେଣୁ ମନେ ମନେ ଭାବିଲି କବିତାଟିଏ ଲେଖିବି l କେଉଁ ବିଷୟରେ ଲେଖିବି ଏବଂ କେମିତି ଲେଖିବି କିଛି କୂଳକିନାରା ପାଉ ନଥାଏ l ହଠାତ ମନକୁ ଆସିଲା ଗୋଟିଏ ଦୃଶ୍ୟ l ସେ ଦୃଶ୍ୟଟି ଥିଲା ନିକଟ ଅତୀତର ଆମରି ସାହିର ଜଣେ ଖୁଡିଙ୍କର ପୁଅଟିଏ ପୋଖରୀରେ ବୁଡି ମରିଯିବା ପରେ ଖୁଡୀଙ୍କର ବୁକୁଫଟା କାନ୍ଦ l ଜଣେ ମାଆର ମମତା ଓ ମାତୃତ୍ୱ ବିରହର ଯନ୍ତ୍ରଣା l ସଙ୍ଗେସଙ୍ଗେ କାଗଜ କଲମ ଧରି ଶୀର୍ଷକ ଦେଲି "ମାତୃତ୍ୱ "l ବହୁ ଶବ୍ଦମାନଙ୍କର ଯୋଡାଯୋଡି, କଟାକଟି ପରେ ମନକୁ ପାଇଲାଭଳି କବିତାଟିଏ ପୂର୍ଣ୍ଣକଲି, ଦୀର୍ଘ କେଇଘଣ୍ଟାର କସରତ ପରେ l

ତା' ପର ଦିନ ଆମ କଲେଜର ଓଡ଼ିଆ ବିଭାଗର ଜଣେ ଅଧ୍ୟାପକଙ୍କୁ ତାହା ଦେଖାଇଲି l ସେ କବିତାଟିକୁ ପଢି ସାମାନ୍ୟ ବ୍ୟାକରଣଗତ ତ୍ରୁଟିକୁ ସଜାଡ଼ିଲେ ଏବଂ ସାବାସ ମଧ୍ୟ ଦେଲେ l.ମନରେ ସୃଷ୍ଟି ହେଲା ସମ୍ଭାବନା l ଏଥର ପାଳିଥିଲା ପ୍ରତିଯୋଗିତାର l ଦିନଯାକ ଲାଗିପଡ଼ିଥିଲି ଆବୃତ୍ତିର ଶୈଳୀ ଶିଖିବା ପାଇଁ l ଜଣେପରେ ଜଣେ କବିତା ଆବୃତ୍ତି କରୁଥାନ୍ତି l ଅହେତୁକ ଆଗ୍ରହ ଓ କୃତିତ୍ୱର ଆଶାରେ ମୁଁ ମଧ୍ୟ ସ୍ୱ ରଚିତ କବିତାଟିକୁ ଧରି ଆବୃତ୍ତି କରିବାକୁ ଆଗେଇଲି l ଯାହାହେଉ ଭଲରେ ଭଲରେ ଆବୃତ୍ତି ସାରିଲି, ମାତ୍ର ମୁଁ ମଞ୍ଚରୁ ତଳକୁ ନଓହ୍ଲାଉଣୁ ମଞ୍ଚରେ ଥିବା ବିଚାରକ ଜଣେ ହାତରେ ଫୋନଧରି ମୋ କବିତାର ପ୍ରଶଂସା ଆରମ୍ଭ କଲେ l ଶେଷରେ ଉକ୍ତ କବିତାଟି ମୋର ନିଜସ୍ୱ ନୁହଁ ବୋଲି କହି ମୋତେ ବିଚାରକୁ ନିଆଗଲା ନାହିଁ ବୋଲି ଜଣାଇଦେଲେ l ଏଥିରେ ଆଶ୍ଚର୍ଯ୍ୟ ହେଲେହେଁ କବିତାଟି ମୋର ନିଜସ୍ୱ ବୋଲି ଯୁକ୍ତି କରିବାର ସାମର୍ଥ୍ୟ ନଥିଲା l


ମନେମନେ ଭାବିଲି ମୋର ପ୍ରଥମ ପ୍ରୟାସ ସତରେ କଣ ବିସ୍ମୟକର ଥିଲା l ତେବେ ଠିକ ଅଛି l ଏ ଧାରାକୁ ମୁଁ ଅବ୍ୟାହତ ରଖିବି l ମୁଁ ଲେଖିବି l ପୁରସ୍କାର ମିଳୁ କି ନ ମିଳୁ l ସମାଜ ବିଶ୍ୱାସ କରିବାଯାଏ ମୁଁ ଲେଖିବି l


Rate this content
Log in