STORYMIRROR

asha rani jena asha

Children Stories Others

2  

asha rani jena asha

Children Stories Others

ଆଶା

ଆଶା

2 mins
87

ଗୋଟିଏ ଛୋଟିଆ ଗାଁ ର ମଧ୍ୟବିତ୍ତ ପରିବାର ର ଝିଅ, ତାର ଚରିତ୍ର ଉପରେ ଏହି ଗଳ୍ପଟି ।

ତାର ଜୀବନରେ ବହୁତ କିଛି କରିବା ପାଇଁ ବା ଆଗକୁ ଯିବା ପାଇଁ ବହୁତ ଇଚ୍ଛା| ତା ଆଖିରେ ଅସୁମାରୀ ସ୍ବପ୍ନ, ହେଲେ ସେ କେବେ ତା ସ୍ବପ୍ନକୁ ପୁରା କରିପାରିନି | କିନ୍ତୁ ସେ ତା ଜୀବନରେ ବହୁତ ସଂଘର୍ଷ କରିଛ, କେମିତି ସେ ଆଗକୁ ଯିବ, କେମିତି ସେ ତାର ସ୍ବପ୍ନକୁ ପୁରା କରିବ | ହେଲେ ତା ଜୀବନରେ ଅନେକ ବାଧା ବିଘ୍ନ ଆସିଛ, ତଥାପି ସେ ଆଗକୁ ବଢିଛି | କାରଣ ତାର ଗୋଟିଏ ଲକ୍ଷ୍ୟ ସେ କେମିତି ପାଠ ପଢିବ, ତା ନିଜ ଗୋଡ଼ରେ ନିଜେ ଠିଆ ହବ ପଢିକି କିଛ କରି ସମାଜ ର ବାପା, ମା ଙ୍କର ନା ରଖିବ | ହେଲେ ସେ କରିପାରିନି କାରଣ ତା ପାଖରେ ଅର୍ଥ ନାହିଁ ଆଉ ଉତ୍ସାହ କରିବାକୁ ବି କେହି ନାହାନ୍ତି | ବେଳେ ବେଳେ ସେ ବସି ଭାବେ ଆଉ ଏକୁଟିଆ ବସି କାନ୍ଦେ, ନିଜକୁ ନିଜେ କହେ ମୋ ଜୀବନର ମୂଲ୍ୟ କଣ? କଣ ମୋ ଜୀବନସାରା ଖାଲି ସ୍ବପ୍ନ ଦେଖୁଥିବି |କଣ କେବେବି ମୁଁ ମୋ ସ୍ବପ୍ନ ଦୁନିଆରୁ ବାହାରିପାରିବିନି | ହେଲେ ସେ ପୁଣି ଭାବେ ନା ମୁଁ ଦୁର୍ବଳ ନୁହେଁ ମୁଁ ସବୁକିଛି କରିପାରିବି | ଏମିତି କିଛି ଆଶା ରଖି ସେ ତା ଜୀବନରେ ଲଢ଼ୁଥାଏ | ଏମିତି ଏକ ସମୟ ଆସିଲା ସେ ପାଠ ପଢିବାକୁ ବାହାରକୁ ବାହାରିଲା, ହେଲେ ତା ପରିବାର ତାକୁ ବରଣ କଲେ କହିଲେ ଆରେ ତୁ ଗୋଟେ ଝିଅ ତୁ କଣ ପାଠ ପଢ଼ିବୁ ତୁ ପାଠ ପଢି କଣ କରିବୁ |ଝିଅ ଜନମ ପରା ଚୁଲି ମୁଣ୍ଡ କୁ | ଝିଅମାନେ କେବଳ ଘରେ ରହିବା ଉଚିତ, ଏମିତି କରି ତା ମନକୁ ଭାଙ୍ଗିଦିଆଗଲା | ତଥାପି ସେ କାହା କଥା ଖାତିର ନ କରି ସେ ଆଗକୁ ବାହାରିଲା ଆଉ ତା ପାଠ ପଢା ଆରମ୍ଭ କଲା, ଏବଂ ତାର ସ୍ବପ୍ନକୁ ସେ ପୁରା କଲା | ଶେଷରେ ତାକୁ ଯୋଉମାନେ ପଢିବାକୁ ମନାକରୁଥିଲେ ସେମାନେ ତାଙ୍କ ଭୁଲ ବୁଝିପାରିଲେ, କାରଣ ସେ ଝିଅ ଭଲ ମାର୍କ ରଖି ପାସ କଲା | ସେଥିପାଇଁ କେବେହେଲେ ଝିଅମାନଂକୁ ଅସହାୟ ବୋଲି ଭାବି ତାଙ୍କୁ ଦୁର୍ବଳ କରିଦିଅନ୍ତୁନି | ସେମାନେ ବି କିଛି କରିପାରିବେ, ଆଉ ସବୁବେଳେ ତାଙ୍କୁ ଆଗକୁ ଯିବାକୁ ଉତ୍ସାହ କରନ୍ତୁ | ଏହା ମୋର ସବୁ ପରିବାର ଲୋକ ମାନଂକୁ ଅନୁରୋଧ । 


Rate this content
Log in

More oriya story from asha rani jena asha