STORYMIRROR

ପଶ୍ଚିମାଚଳର...

ପଶ୍ଚିମାଚଳର ବିସ୍ତାରିତ ଦିଗନ୍ତରେ ସୂର୍ଯ୍ୟ ଢଳିଗଲେ କ୍ଲାନ୍ତ ପୃଥିବୀରେ ଘୋଡି ହୁଏ ସଞ୍ଜ ଅନ୍ଧାର | ସାରା ଦିନର ଶ୍ରମ ପରେ ଘରକୁ ଫେରି ଆସେ ଶ୍ରମଜୀବି ମଣିଷ | ଘରର ବୋହୂ ସଞ୍ଜବତୀ ଦିଏ ଘରର ଦୁଆର ବନ୍ଧ ଉପରେ | ପରିବାର ଓ ବିଶ୍ୱର ଶୁଭ ମନାସି, ଆବାହନ କରେ ତେତିଶ କୋଟି ଦେବାଦେବୀଙ୍କୁ | ଘରର ଅଗଣାରେ ସେ ଲୁଗାକାନି ବେକ ଚାରିପଟେ ଗୁଡେ଼ଇ ଭକ୍ତିପୂତ ମନରେ ଜାଳି ଦିଏ ସଞ୍ଜ ଦୀପ | 'ସଭିଙ୍କର ମଙ୍ଗଳ ହେଉ' କାମନା କରେ | ଏହି ଭାବନା ହେଉଛି ଆମ ସଂସ୍କୃତି |

By Chittaranjan Nanda
 21


More oriya quote from Chittaranjan Nanda
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments