STORYMIRROR

କବିତା-ମାଆ...

କବିତା-ମାଆ ତୁ ମୋ ଜୀବନ ଦଶ ମାସ ଗର୍ଭରେ ଧରି ଜନମ ତୁମେ ମୋତେ ଦେଲ, କେତେ କଷ୍ଟ ଯାତନା ସହି ମୋତେ ଆଜି ଏ ଦୁନିଆ କୁ ଆଣିଦେଲ।। ନିଜେ ସବୁ ଦୁଖ ସହି ମୋତେ ସୁଖ ଦେଲ, ନିଜେ ନ ଖାଇ ମା ତୁମେ ମୋତେ ଖୁଆଇଲ।। ମା ବୋଲି ଯେବେ ଡାକି ଦିଏ ମୁଁ ତୁମକୁ , ଧାଇ ଆସ ମା କେତେ ଜତନେ ନେବାକୁ କୋଳକୁ।। ମା ର ମମତା ଅଟଇ ଅମୃତ ତୁଲ୍ୟ, ମା ବିନା ଏ ଦୁନିଆ ରେ କିଛି ନାହିଁ ମୂଲ୍ୟ।। ମା ମୋ ମମତା ମଇ ଜଗତ ଜାଣେ, ତୁ ମା ଆଦିଶକ୍ତି ଆଦି ମାତା ବିଶ୍ୱ ଜାଣେ।। ଟୋନିସ ରୋହିଦାସ,ସୁନ୍ଦରଗଡ଼

By Tonish Rohidas
 236


More oriya quote from Tonish Rohidas
14 Likes   0 Comments