STORYMIRROR
ଧୀରେ...
ଧୀରେ ଧୀରେ ଏଠି...
ଧୀରେ ଧୀରେ...
“
ଧୀରେ ଧୀରେ ଏଠି ବର୍ଷିଯାଏ
ଅଜସ୍ର ବିନ୍ଦୁରେ କ୍ଷୀପ୍ର ଗତିରେ
କିନ୍ତୁ କାହିଁ ଏ ଅଦିନରେ ?
ବିଭାବରୀର ବୈଭବ ଝିଙ୍କାରିର
ନିସର୍ଗ କାଳକ୍ରମେ ତାଳଦିଏ
ମେଘ ସାଥିରେ,
ଗନ୍ଧବହ ମଧ୍ୟ ଟାଣି ଆଣେ ହେନା ଓ
ଶେଫାଳିର ମହଣ ମହଣ ସୁବାସ,
ତଥାପି ନିଷ୍ପ୍ରତିଭ ମନରେ ଉଦଭ୍ରାନ୍ତ
ହୋଇ ଚିହିଁକି ଉଠେ ଅତୀତର କ୍ଷୁବ୍ଧ ମୁହାଁସ !
ଧରଣୀ ଭିଜେ ମୁଁ ମଧ୍ୟ ଭିଜେ
କିନ୍ତୁ ମୋ ଆଖିର ଅଳନ୍ଧୁ ଲଗା ସପନ
ଭିଜେ ଲବଣାକ୍ତ ଲୁହର ବେଦରଦି
ମେଘରେ....
”
53
More oriya quote from Smruti Ranjan patra
Download StoryMirror App