STORYMIRROR
ଅବୁଝା...
ଅବୁଝା ଏକ କାନଭାସ୍...
ଅବୁଝା ଏକ...
“
ଅବୁଝା ଏକ କାନଭାସ୍ ଟିଏ ମୁଁ
ସାଜ ତୁମେ ଯଦି, ଚିତ୍ରକାର
ଭିନ୍ନଭିନ୍ନ ରୂପ ଆଙ୍କି ଦେଇପାର
ଏଇ ମୋ ସାରା ଶରୀର !
ମୁଁ ଏକ ଅପଢା ପୁସ୍ତକ ଟିଏ
ସାଜତୁମେ ଯଦି,ସୁପାଠକ
ହୋଇପାରେ ମନକୁ ଲଗାଇ
ହୁଏତ ,ମୋତେ ପଢି ଦେଇପାର !
ମୁଁ ଏକ ଉଷ୍ମଲୁହର ଧାର
ଯହିଁ ଅମାନିଆ ଆଖି ପଲକତଳେ
ସାଜତୁମେ ଯଦି ସହୃଦୟ ବ୍ୟକ୍ତି
ହୁଏତ ସେ, ଲୁହଧାର ପୋଛି ଦେଇପାର ,
ନିଜ ହାତ ପାପୁଲିରେ !
ମୁଁ ଏକ ଅମାନିଆ ନଇର ଢେଉ
ଯିଏ ସେକୂଳରୁ ସେକୂଳକୁ ଛୁଏଁ
ସାଜତୁମେ ଯଦି, ହେ ଧାରାଶ୍ରାବଣ
ବନ୍ୟାରେ ବି...ପ୍ଲାବିତ ମୋତେ
”
20
More oriya quote from Sashmita Panda
Download StoryMirror App