STORYMIRROR

LAXMAN KUMAR BEHERA (ଯତି)

Others

2  

LAXMAN KUMAR BEHERA (ଯତି)

Others

ଯତି ବଚନ

ଯତି ବଚନ

1 min
13.9K


ମଦ ମାଉଁସ ଭକ୍ଷଣ

ଚୋରି ଦାରୀ ସ୍ତ୍ରୀ ହରଣ

କଳିଯୁଗ କହେ ଯେ',

ଶାନ୍ତି ପାଇଁ କଳି ଗୋଳ

ଧର୍ମକୁ ସରବେ ଶୂଳ

ଜୀବେ ଜାଣି ଥାଅ ଯେ' । ।। ୧୩ ।।

ଅଧର୍ମକୁ ସୁସମ୍ମାନ

ଧର୍ମର ହୋଇବ ଲୀନ

ଜ୍ଞାନ ହେବ ଭ୍ରଷ୍ଟ ଯେ',

ଧର୍ମ ଶାସ୍ତ୍ର ସର୍ବେ ଜାଣି

ଭାଷିବେ ଅଧର୍ମ ବାଣୀ

ଜୀବେ ଜାଣି ଥାଅ ଯେ' । ।। ୧୪ ।।

ଭାଇ ଭାଇ ମଧ୍ୟେ କଳି

ହିଂସାକାଣ୍ଡ ପାପ ବଳୀ

ପାପୀ ବଳୀୟାନ ଯେ',

ଜୀବକୁ ଜୀବ ଖାଇବେ

ମିଛ ମାୟାରେ ମୋହିବେ

ଜୀବେ ଜାଣି ଥାଅ ଯେ' । ।। ୧୫ ।।

ଦେଖ ଯେଉଁ ରୂପ ଗୋଟି

ଯଉବନେ ଉଠେ ଫୁଟି

ଅନ୍ତେ ହୁଏ ଲୀନ ଯେ',

ସୌଖିନ ଭୋଗ ବିଳାସ

ବଳ ଗଲେ ସବୁ ନାଶ

ଜୀବେ ଜାଣି ଥାଅ ଯେ' । ।। ୧୬ ।।

ବଳ ଥିଲେ ପାପ କର୍ମ

ଚିତ୍ତେ ନ ପଶେ ଧରମ

ମରମ କାନ୍ଦଇ ଯେ',

ପିତାମାତା ନ ପୂଜିଲେ

କିସ ହେବ ଜ୍ଞାନୀ ହେଲେ

ଜୀବେ ଜାଣି ଥାଅ ଯେ' । ।। ୧୭ ।।

ଅନ୍ୟାୟ ଅଧର୍ମ ହିଂସା

ଅଭିମାନ ରାଗ ରୁଷା

ବଳ ବୀର୍ଯ୍ୟ ବଳେ ଯେ',

ଆସିବ ଏମିତି କାଳ

ନ ଥିବ ଶରୀରେ ବଳ

ଜୀବେ ଜାଣି ଥାଅ ଯେ' । ।। ୧୮ ।।

ଭାବି ଆତ୍ମିୟ ସୋଦର

ଦୋଷ ନିବାର ତତ୍ପର

ମୂର୍ଖ ବୋଲାଇବ ଯେ',

ବିଶ୍ଵାସ ଯହିଁ ନ ଥିବ

ସୁଖ ଶାନ୍ତି ନ ମିଳିବ

ଜୀବେ ଜାଣି ଥାଅ ଯେ' । ।। ୧୯ ।।

କୁଳାଙ୍ଗାର ପୁତ୍ର ଗୋଟି

ବଂଶ ନାଶଇ କପଟୀ

ସତ୍ୟ ୟେ ବଚନ ଯେ',

ଧର୍ମୀ ରାଜା ପାଳେ ପ୍ରଜା

ଅଧର୍ମୀର ପାପ ଖୋଜା

ଜୀବେ ଜାଣି ଥାଅ ଯେ'। ।। ୨୦ ।।

ଶ୍ରୀ ଲକ୍ଷ୍ମଣ କୁମାର ବେହେରା (ଯତି)

କବି କୁଟୀର, ଦଣ୍ଡାସିଂହା, ବାରକୋଟ

ଦେବଗଡ (ଓଡିଶା)

ମୋ- ୦୯୬୬୮୨୪୨୭୨୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍