STORYMIRROR

Biswabijayee Dash

Others

3  

Biswabijayee Dash

Others

ଯୋଗଜନ୍ମା ଗୋଦାବରୀଶ

ଯୋଗଜନ୍ମା ଗୋଦାବରୀଶ

1 min
139

ମଣିଷ ପରି ତ ଥିଲେ ମଣିଷଟେ

    କୋଟି ମଣିଷରେ ଗଣା  

ପିତୃମାତୃଦତ୍ତ ସାର୍ଥକ ନାମଟି

    କାହାକୁ ଅବା ଅଜଣା।।


ବଳିଷ୍ଠ ସୁଗମ ଶରୀରରେ ଥିଲା

    ସିଂହ ଗର୍ଜନ ପରାକ୍ରମ।

ସମାଜସେବାକୁ ବ୍ରତ କରିଥିଲେ

    ରାଜନୀତି ଥିଲା ଗୌଣ।।


ଘଣ୍ଟଶିଳା ପାହାଡ଼େ ବଙ୍କାଡ଼ଗଡ଼େ ବାଣପୁର ମାଟିରେ

    ଆଲୋକ ବର୍ତ୍ତିକା ଧରି।

ପ୍ରଗତିର ନନ୍ଦିଘୋଷ ବାହିନେବା ପାଇଁ

    ଚ଼ଞ୍ଚଳ ଆସିଲେ ବାହାରି।।


ମାଆ ଭଗବତୀଙ୍କ ଅବଦାନ ସେତ

    କରିବା ପାଇଁ ସାକାର।

ନେଇଥିଲେ ବଜ୍ରଶପଥ ସେଦିନ

     କାଳଜୟୀ କର୍ମବୀର।


"ବାଣପୁର ଗାନ୍ଧୀ" ଗୋଦାବରୀଶ ତ

    ଥିଲେ ପ୍ରେରଣାର ଉତ୍ସ।

ଗଢ଼ିଉଠିଥିଲା ଶିକ୍ଷାନୁଷ୍ଠାନ

    ସ୍ୱପ୍ନ ହୋଇଥିଲା ସତ୍ୟ।।


ଗୋଦାବରୀଶ ମହାବିଦ୍ୟାଳୟ 

     ଅମ୍ଲାନ ତାଙ୍କରି କୀର୍ତ୍ତି।

ମନେପଡ଼େ ତାଙ୍କ କର୍ମ ଜୀବନର

    ଅଭୁଲା ଅଲିଭା ସ୍ମୃତି।।


ଶିକ୍ଷକତାର ସେ ଆଦର୍ଶ ବ୍ରତକୁ

    ନେଇଥିଲେ ଶେଷେ ବରି।

ପ୍ରାତଃ ସ୍ମରଣୀୟ କର୍ମଯୋଗୀ ଥିଲେ

    "ଯୁଧିଷ୍ଠିର" ନାମ ଧରି।।


ସତ୍ୟରେ ନ୍ୟାୟରେ ଧର୍ମରେ ଯଶରେ 

    ସବୁଥିରେ ଯୁଧିଷ୍ଠିର।

ଆଜି ତୁମ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି

    ହେ ନମସ୍ୟ !

   ଯୋଗଜନ୍ମା ଗୋଦାବରୀଶ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍