STORYMIRROR

Subhalaxmi Mishra

Others

3  

Subhalaxmi Mishra

Others

ଉଡ୍ର ନାମ ପୁରାବୃତ୍ତ

ଉଡ୍ର ନାମ ପୁରାବୃତ୍ତ

1 min
232


ଶାନ୍ତ ଶୋଭା ଶିରୀ

ରୂପ ବିଭାବରୀ

ବକ୍ଷେ ଦର୍ପେ ଧରି

ହସୁଛି ଓଡିଶା ମାଟି ମୋହରି ।


ଶସ୍ୟ ଶ୍ୟାମଳ ତ

କ୍ଷେତ୍ର ତନେ ସ୍ଥିତ

ଚାରୁ ସମ୍ଭାରିଣୀ

 ଶୋଭିନୀ ଦେହେ ଲୋଟେ ପ୍ରକୃତି ରାଣୀ ।


ପୂରା ସ୍ବାକ୍ଷରର

ଗାଢ଼ କାଳି ରଙ୍ଗ

ଉଦଭାସିତ କରେ

ମାଆ ମାଟିର ସର୍ବାଙ୍ଗ ରୂପରେ ।


କେତେ ନାମେ ଖ୍ୟାତ

ଗୌର ଇତିହାସ

ଧର୍ମ କର୍ମ କ୍ଷେତ୍ର

ବିଶାଳ କରାୟ ମା’ର ପଣତ ।


ଉଡ୍ର ଜନଜାତି

ନାମ ନେଇ ହେତି

ହେଲା ଉଡ୍ର ଦେଶ

ଗାଏ ପୂରା ନାମର ଅତି ଯଶ ।


ଉତ୍କର୍ଷ କଳାର

ଅଦ୍ଭୁତ ନିଦର୍ଶ

ଅଙ୍କା ତା ଗାତ୍ରର

ନାମ ଧାରି ସେହୁ ଉତ୍କଳ ମୋହର ।


ସୁମ – ଅଙ୍ଗ – ବଙ୍ଗ

ପୁଣ୍ଡ୍ର – ଓଡ୍ର – କଳିଙ୍ଗ

ବଳୀ ପୁତ୍ର ନାମେ

କଳିଙ୍ଗ ବୋଲାଉଥିଲା ସେ ତ ।


ଐର ଖାରବେଳ

ବୀର ସେ ବିରଳ

ମହାମେଘବାହାନ

ବଂଶ ନାମେ ଛେଦି ନାମ ବହନ ।


ଷଡତ୍ରିଶଂତ୍ଗଡ

ଦକ୍ଷିଣର ଉଡ୍ର

କୁଶ ବଶୀ କୃତ

ଦକ୍ଷିଣ କୋଶଳା ନାମେ ଅଧିନସ୍ଥ ।


କୋଙ୍ଗୋଡ, ତୋଶାଳୀ

ଓଡ୍ର ନାମେ ଖେଳି

ବହୁ ନାମ ଧରି

ଲାସ୍ୟ ହାସ୍ୟ ଖେଳାଏ ଓଡିଶା ମୋରି ।


ଏହି ଯେ ମାଆର

ଇତିହାସ ନାଁର

ଅଧୁନା ଓରିଶା

ନୁହଁଇ ସେ ଓଡିଶା ଯେ ଆମର ।



Rate this content
Log in