STORYMIRROR

Saraswati Panda

Others

3  

Saraswati Panda

Others

ତୁମେ ଗୋ ମୌସୁମୀ

ତୁମେ ଗୋ ମୌସୁମୀ

1 min
230


ତୁମେ ଗୋ ମୌସୁମୀ

ନୀଳ ଗଗନର

ନୀଳିମାର ଆଶାଗୁଚ୍ଛ

ମୟୁର ଗାଉଛି

ମିଳନର ଗୀତ

ଆନନ୍ଦେ ବିସ୍ତାରି ପୁଚ୍ଛ।।



ତୁମ ଆଗମନେ

ଆକାଶରେ ଦେଖ

ଲାଗିଛି ଜଳଦ ଭେଳା

ତୁମକୁ ଦେଖିଣ

ମରତ ଭୁଇଁରେ

ବସିଛି ଖୁସିର ମେଳା।।


ଭିଜିଯିବ ପ୍ରାଣ

ହଜାଇବ ତାତି

ସାଉଁଟିବ କେତେ ସ୍ମୃତି

ବରଷାରାଣୀର 

ସ୍ୱାଗତ ପାଇଁକି

ଢାଳିଦେବେ ଶ୍ରଦ୍ଧା ପ୍ରୀତି ।।


ତୁମେ ପ୍ରତିକ୍ଷାର

ସ୍ନେହ ପୁଲକରେ

ମିଳନ ମଧୁ ଝଙ୍କାର

ତୁମେ ତ ଶୁଣିଛ

ବିରହ ମାଟିର

ଆକୁଳ ଅନ୍ତର ସ୍ୱର।


ତୁମେ ପ୍ରତି ଫୁଲେ

ବାସର ମହକ

କୁହୁକ କାମିନୀ ମନ୍ତ୍ର

ଭିଜା ପଣତରେ

ଥରେ ଛୁଇଁଦେଲେ

ପାଇବି ବଂଚିବା ସୂତ୍ର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍