STORYMIRROR

Priya Behera

Others

5.0  

Priya Behera

Others

ତୁମେ ଗଲା ପରେ….

ତୁମେ ଗଲା ପରେ….

1 min
1.3K


ତୁମେ ଗଲା ପରେ.. ମୁଁ ଅନେକ ବଦଳି ଗଲି

ଆଉ ଯାଉନି ସେ ଗଳିକି…. ଯେଉଁଠି ସଞ୍ଜବେଳେ ,

ଆମ୍ ସ୍ବପ୍ନକୁ ପକ୍ଷୀରାଜ ଘୋଡାଟେ ଅପେକ୍ଷା କରୁଥିଲା ll

ଯାହାର ପିଠିରେ  ବସି  …

ଆମେ   ଆମେ ବୁଲି  ଆସୁଥିଲେ , ଆମ ଭବିଷ୍ୟତରେ ….

ଘୁରି ବୁଲୁଥିଲେ ସ୍ବପ୍ନର ମାଳମାଳ ମେଘ ଭଉଁରୀରେ..

ସାଉଁଟୁ ଥିଲେ ଖୋଲା ଆକାଶରୁ ଝିକ୍ ମିକ୍ କରୁଥିବା ତାରାଙ୍କୁ

ଆଉ.. ଫିକ୍ କିନା  ହସି  ଦେଉଥିଲେ ପରସ୍ପରଙ୍କୁ ଚାହିଁ…ll

 

ତୁମେ ଗଲାପରେ  ମୁଁ ଖୁବ କାନ୍ଦିଲି

ନିଜକୁ ବୋଧବି  ଦେଇ ଦେଲି

ହଁ ଫେରିବେ ସେ

ଶାନ୍ତ୍ବନାର ପ୍ରାସାଦରେ ନିଜକୁ ବନ୍ଦୀ କରିଦେଲି..

କେବଳ ତୁମ ଫେରିବା ବାଟକୁ ଚାହିଁ…ll

ତୁମେ ଗଲାପରେ ..ଦିନ ବିତୁଥିଲା ଅପେକ୍ଷାରେ..

କାଇଁ?? ଦିଶୁ ନଥିଲା ଆଉ ସେ ପକ୍ଷୀରାଜ ଘୋଡା..

ଭାବୁଥିଲି ବୋଧେ ତୁମ ସାଥେ ସେ ବି ଆସିଯିବ

 

ହେଲେ..

ଏବେ ମୁଁ ବୁଝି ଗଲିଣି..

ତୁମେ ବନ୍ଧାପଡିଛ ଆଉ କାହା ସ୍ବପନରେ..

ନା ଫେରିବନି  ଆଉ ତୁମେ ..

ଲେଉଟିବନି ବି ସେ ଆମ ସ୍ବପ୍ନର ପକ୍ଷୀରାଜ ଘୋଡା..

 ବୋଧତ୍ବର ପ୍ରାସାଦରେ  ବନ୍ଦିନୀ ମୁଁ ..

ଜୀବନରେ ନାହିଁ, ଆଉ କିଛି  ଆଶା..

ତଥାପି..କାହିଁ ମୁଁ କରେ ତୁମରି ଅପେକ୍ଷା…???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍