STORYMIRROR

Gayatri Tripathy

Others

4  

Gayatri Tripathy

Others

ତ୍ରାତା

ତ୍ରାତା

1 min
94


ସମସ୍ୟାର ଢେଉ ତଳେ

 ଚାପି ଗଲା ବେଳେ 

ଆପ୍ରାଣ ଉଦ୍ୟମ କଲି 

ବଞ୍ଚିବାକୁ ମଥା ଟେକି

 ଜୀଵନ ବିକଳେ 

ସ୍ମିତହସି କହିଗଲ ଧୀରେ 

ଲଇଁ ଯା ତୁ  ଆରେ 

ଆଶ୍ଚର୍ଯ୍ୟ, ଚକିତ ହେଲି 

ତଥାପି ଲଇଁଲି 

ଚାଲିଗଲା ଢେଉ ମୋର 

ମଥା ପର ଦେଇ 

ଉତ୍ତ୍ୱୁରିଲା ସମସ୍ୟାର ଘେର 

ଆହ୍ଲାଦିତ ହେଲା ପ୍ରାଣ 

ଆଖି କୋଣୁ ବୋହି ଗଲା 

ଆନନ୍ଦର ଅଶ୍ରୁ 

ହୋଇ ଶତ ଧାର ||


ବିଗଳିତ ହୃଦ ଆଉ 

ଲୋତକର ଧାରେ 

ଜୋଡ ହସ୍ତେ 

ଵାଢ଼ିଲି ପ୍ରଣତି 

ଏଡ଼େ ବଡ ସଖା ଯାର 

ଏତେ ପାଶେ 

ରହିଛନ୍ତି ନିତି  

ଶୁଣୁଛନ୍ତି କାନ ପାତି 

ଭକ୍ତର ମିନତୀ 

କିଏ ଆଉ ଲୋଡା ମୋର 

ତରିଵା କୁ ସଂସାର ବାରିଧି?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Gayatri Tripathy