STORYMIRROR

MAHES KISAN

Others

3  

MAHES KISAN

Others

ସରସ୍ଵତୀ ବନ୍ଦନା

ସରସ୍ଵତୀ ବନ୍ଦନା

1 min
389

ଜୟ ତୁ ମାଁ ସରସ୍ୱତୀ

        ବିଦ୍ୟା ପ୍ରଦାୟିନୀ 

ତୋର ଦୟା ବଳେ ମାଗୋ 

        ମୂର୍ଖ ହୁଏ ଜ୍ଞାନୀ 

ତୋବିନୁ ମାଗୋ କେହି ପାଏନି ମୁକତି 

      ବିଦ୍ୟା ଦେଇ ସଂସାରରେ ପୂଜା ପାଉ ନୀତି

ଜୟ ତୁ ମାଁ ସରସ୍ୱତୀ

        ବିଦ୍ୟା ପ୍ରଦାୟିନୀ ....।।୦।।

ଅଜ୍ଞାନକୁ ଦୂର କର 

         ଭରିଦିଅ ଜ୍ଞାନ 

ତମ ଚରଣରେ ମାଗୋ 

         ଗଲି ମୁଁ ଶରଣ

ତୋ ଆଶିଷେ ଜିଣଇ ମାଁ

         ଭୁବନ ମଣ୍ଡଳ 

ହସ୍ତରେ ତୋ ବୀଣା ମାଗୋ 

          କର୍ଣ୍ଣରେ କୁଣ୍ଡଳ 

ଜୟ ତୁ ମାଁ ସରସ୍ୱତୀ

          ବିଦ୍ୟା ପ୍ରଦାୟିନୀ......।।୧।।

କେତେ ଜନମ ମୂରୁଖ 

          ଥିଲେ କାଳିଦାସ

ଦେଲ ତାଙ୍କୁ ଜ୍ଞାନ ତୁମେ 

           କଣ୍ଠେ କର ବାସ 

ମୁର୍ଖରୁ ସେ ଜ୍ଞାନୀ ହେଲେ 

           ହେଲେ ସେ ପଣ୍ଡିତ

ଯେବେ ସୁମରଣା କଲେ 

           ତତେ କାଳି ଦାସ

ଜୟ ତୁ ମାଁ ସରସ୍ୱତୀ

           ବିଦ୍ୟା ପ୍ରଦାୟିନୀ.......।।୨।।

ବୁଦ୍ଧି ଦିଅ ଜ୍ଞାନ ଦିଅ 

            ଆମକୁ ହେ ମାତ 

ତୁମ ଶ୍ରୀ ଚରଣେ ଆମେ 

            କରୁ ପପ୍ରଣିପାତ 

ଯେତେ ବର୍ଣ୍ଣନା କଲେବି 

            ସରେନି ତୋ ମାୟା  

ଜ୍ଞାନ ଦେଇଥିବ ମତେ 

             ରଖି ମାଁ ସୁଦୟା

 କୃପା ଦୃଷ୍ଟି ଦେଉନାହ 

             ମତେ କି କାରଣେ 

ଏତିକି ବିନତୀ ମାଗୋ 

             ତୁମ ଶ୍ରୀ ଚରଣେ

ଜୟ ତୁ ମାଁ ସରସ୍ୱତୀ

             ବିଦ୍ୟା ପ୍ରଦାୟିନୀ......।।୩।।    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍