STORYMIRROR

Dr Suniti Devi

Others

3  

Dr Suniti Devi

Others

ସ୍ଵପ୍ନ

ସ୍ଵପ୍ନ

2 mins
27.4K


ସ୍ଵପ୍ନ

ସ୍ଵପ୍ନ ମୋର ଅଲିଅଳି, ନିଷିଦ୍ଧ ପ୍ରହରର ରାଜଜେମା,
ଅଜଣା ସ୍ପନ୍ଦନ ଆଣେ, ଶୂନ୍ୟତାକୁ ପୂର୍ଣ କରିଦିଏ,
କେଵେ କେଵେ ଅପ୍ରତ୍ୟାସିତ ଅପ୍ରସ୍ତୁତ କରେ,
ଆଉ କେଵେ ପ୍ରିୟାକୁ ମୋ ଘନ ଆଶ୍ଳେଷେ
ଵାନ୍ଧି ଦେଇ ଆନନ୍ଦିତ ବିମୋହିତ କରାଏ ।


ସ୍ଵପ୍ନର ଜୟଯାତ୍ରା କ୍ଷଣିକ ହେଲେ ଵି

ମୁଁ ତାକୁ ଭଲପାଏ, ଭାରି ଭଲପାଏ,

ମୋ ପ୍ରିୟଜନ ଯାହାକୁ ହଜାଇଲାବେଳେ

ମୁଁ ଅସ୍ଥିର ହୁଏ,
ଆଖିର ପଲକ ବୁଜି ଦେଇ

କ୍ଷଣିକରେ ମୋ ସାମ୍ନାରେ ଉଭା କରିଦିଏ,

ସ୍ଵପ୍ନ ମୋର ଅଫେରା ପୁଲକ,
ନିଃସ୍ଵାର୍ଥରେ ଆସେ ଯାଏ,

କେଵେକେଵେ ମୋ ଅଚେତନ ଗ୍ରନ୍ଥିକୁ ଉଚ୍ଚାଟ କରାଇ
ସୃଜନର ଆକାଂକ୍ଷାକୁ ପୂର୍ଣ ରୂପଦିଏ ।


ସ୍ଵପ୍ନ ତ ଅକଳ୍ପିତ, ପ୍ରଖର ବ୍ୟାପକ,
ହତାଶା, କାରୁଣ୍ୟ, ସୁଖ, ଦୁଃଖ,
କେଵେ ଵିଚ୍ଛିନ୍ନ ଚଉପଦୀ, କେଵେ ଵିଳାସ ମୌସୁମୀ ପରି
ସୁରୁଖୁରେ ଆସେ ଆଉ ଯାଏ,
କେଵେ ଆଶାଭରା ମନକୁ ମୋ

ପ୍ରଜାପତି ଡେଣାରେ ଵସାଇ
କାହିଁ ଦୂରେ ଘେନିଯାଏ, କେଵେ କ୍ଳାନ୍ତ ବିଶ୍ଵାସରେ
ବର୍ଣାଢ଼୍ୟ ବିଚାରଵୋଧକୁ ଛଵି ପରି ଆଙ୍କି ଦେଇ
ମୋତେ ସଚେତନ କରାଏ ।


ସ୍ବପ୍ନଵେଳେ ଥଳକୂଳ ବିହୀନ ସମୁଦ୍ର ପାଲଟି
ଜୀବନର ସୂଚୀପତ୍ର ସ୍ପଷ୍ଟ କରିଦିଏ,
ଦୂର ଆକାଶର ସ୍ବର୍ଗୀୟ ସତ୍ତାରେ

ମୋ ଆତ୍ମାକୁ ମିଳିତ କରାଏ,
କେଵେ ଅନଧିକାରେ ମୋ ଇଲାକାକୁ ପଶିଆସି
ତା ମାୟାଜାଲେ ଛନ୍ଦି ଦେଇ

ଘଡିଏ ମନକୁ ମୋ ଫୁସୁଲାଏ ।


ମୋ ଦ୍ଵିଧା, ସଂକୋଚକୁ ପୋଛି ଦେଇ
ନିରିହ, କୋମଳ ଅନୁଭଵକୁ ସଜାଗ କରାଏ ।
ସ୍ଵପ୍ନ ଏଵେ କିଆଁ ଭୟ ଆଣେ,

ପଲକେ ପଲକେ ସୁରକ୍ଷାର ଫମ୍ପା ପ୍ରତିଶ୍ରୁତି ଦିଏ,
ଏଵେ ଶ୍ମଶାନର ଦୃଶ୍ୟ, ରାମ୍ ନାମ୍ ସତ୍ୟ ବିନା
ଆଉ ନାହିଁ କିଛି

ଆଲାରାମ୍ ପରି ଏକ ଦୀର୍ଘ ସଂକେତ ଦିଏ ।


ମୋ ଦେହର ବ୍ୟାକରଣ ଏଵେ ମୃତ୍ୟୁ ଖୋଜେ,
ନିୟତିର ଶେଷଧାଡି କେଵେ ଲେଖା ହେଵ

ଜାଣେ ନାହିଁ ମୁଁ 

ତଥାପି ସ୍ବପ୍ନ ମୋର କେଵେ କଵଳିତ ହେବ !
ଆଖିପତା ମୁଦିଥିବ ଆଉ ନ ଫିଟିଵ
ସେଇ ସଂକେତଟି ଦଵ ଏଇ ଅପେକ୍ଷାରେ
ଦିନ କଟେ ରାତି ଆସେ, ଆସେ ନାଇଁ ସିଏ
କେଵେ ଅଚାନକ ଆସି, ବଞ୍ଚିବାର ଦୁର୍ବାର ଇଚ୍ଛାକୁ ପ୍ରମୂର୍ତ୍ତ କରାଏ

କେଵେ ତାରୁଣ୍ୟର ଅପୂର୍ଵ ମାଦକତାକୁ ନିଳାଞନ ଦେଇ
ମୋ ଦେହରେ ରୋମାଞ୍ଚ ଭରା ଫଗୁଣର ଚିତାକୁ ଅସତର୍କେ କୁଟାଏ ।

ସୁନୀତି
୧୯. ୧୨ .୨୦୧୬
ମଣିପାଲ୍,କର୍ଣାଟକ

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr Suniti Devi

ସ୍ଵପ୍ନ

ସ୍ଵପ୍ନ

2 mins ପଢ଼ନ୍ତୁ