ସମୟ ସ୍ରୋତରେ ଭାବୁଛି ମୁହିଁ
ସମୟ ସ୍ରୋତରେ ଭାବୁଛି ମୁହିଁ
1 min
746
ସମୟ ଯାଉଛି ଚାଲିଚାଲି
ଜୀବନଟା ଲାଗେ ଖାଲିଖାଲି
କେତେକେତେ ଆସେ ବନ୍ଧୁତା
ତ ଆଉ କେତେବେଳେ ଏକା
ମନେ ପଡେ ତୁମ କଥା
ଘୁରି ବୁଲି ଦେଖେ ପଛକଥା
ସମୟଟା କେତେବେଳେ ଗଲା ଚାଲି
ଜାଣି ପରିଲିନି ତୁମେ ଥିଲ ସାଥିରେ ବୋଲି
ଏକ ପରିବାର ଭଳି ଥିଲେ ଆମେ
ଗୋଠ ଖଣ୍ଡିଆ ପରି ଲାଗେ ମର୍ମେ
କିଏ ଜାଣିଥିଲା ସମୟ ଆସିବ ବେଗରେ
ଛଡାଇ ନେବ ଆମ ବନ୍ଧୁତା ଭେଦରେ
ହେବ କି ନ ହେବ ଆଉଥରେ ଦେଖା
ଭାସିଚାଲୁଛି ଏ ସମୟ ରେଖା ।
