ସମୁଦ୍ର ବକ୍ଷରେ କବିତାର ଲହଡ଼ି
ସମୁଦ୍ର ବକ୍ଷରେ କବିତାର ଲହଡ଼ି
1 min
799
ତୁମ ଦେହରେ ଲହୁ ପ୍ରବାହିତ ହେଉଥିଲେ,
ମୋ' ଦେହରେ ବିଜୁଳି ବେଗରେ ବହିଚାଲେ
କବିତାର ଅଶାନ୍ତ ଲହଡ଼ି...
ଯେଉଁ ଲହଡ଼ି ଧ୍ବଂସ ବିଧ୍ଵଂସ କରିପାରେ
ତୁମର ସମଗ୍ର ଅମଲା ତନ୍ତ୍ର ଶାସନ ବ୍ୟବସ୍ଥା
ଆଉ ପୁଣି ଏକଛତ୍ରବାଦର ନଗ୍ନ ବିଭୀଷିକା!
ଗୋଳା ବାରୁଦ କିମ୍ଵା ହାତ ହତିଆର
ହେବନାହିଁ ଆଉ ଲୋଡ଼ା ଲହୁ ବୁହାଇବା ପାଇଁ
ଏଠି ତ' କେବଳ ଯଥେଷ୍ଟ ଶାଣିତ ଲେଖନୀର ଅଗ୍ର
ଯାହାର ପ୍ରହାରରେ ଲହୁ ବୋହିଚାଲେ ଅଶ୍ରୁ ହୋଇ
ପାରୁଛ ଯଦି ପଳାଇ ଯାଅ ଅନତି ଦୂର
ଯେଉଁଠାରେ ଅଳ୍ପକେ ବର୍ତ୍ତିଯିବ ତୁମର ଭବିଷ୍ୟ
ଏହି ଲେଖନୀ କୌଣସି ପରମାଣୁ ଠାରୁ କମ୍ ନୁହେଁ
ସମୁଦ୍ରର ଅତଳ ଗର୍ଭରୁ ସଜବାଜ ହେଉଛି କରିବାକୁ ଲକ୍ଷ୍ୟଭେଦ....
ସନ୍ଦୀପ୍ କୁମାର ମିଶ୍ର
