STORYMIRROR

Mamata Rani Dash

Others

4  

Mamata Rani Dash

Others

ସମ୍ପର୍କର ସାକ୍ଷୀ ସେ ରାକ୍ଷୀ

ସମ୍ପର୍କର ସାକ୍ଷୀ ସେ ରାକ୍ଷୀ

1 min
69


ସାରା ଜଗତରେ ଏ ପର୍ବ ପାଳନ

ଶ୍ରାବଣ ର ପୂର୍ଣ୍ଣିମା ରେ

ରକ୍ଷା ବନ୍ଧନ ନାମ ପ୍ରସିଦ୍ଧ ପର୍ବ

ପାଳିତ ସେ ଘରେ ଘରେ।।


ଭାଇ ଭଉଣୀର ମଧୁର ସମ୍ପର୍କ

ବାନ୍ଧି ଦିଏ ଏହି ରାକ୍ଷୀ

ସ୍ନେହର ଡୋର ଟି ବାନ୍ଧେ ଭାଇ ହାତେ

ଭଉଣୀ ତା ନିରୀମାଖି।।


ଧୂପ ଦୀପ ଜାଳି ଚନ୍ଦନ ଲଗାଇ

ଭଉଣୀ ବାନ୍ଧଇ ରାକ୍ଷୀ

ଯୁଗ ଯୁଗରୁ ଆମର ଏ ସଂସ୍କୃତି

ରାକ୍ଷୀ ତାର ଅଟେ ସାକ୍ଷୀ।।


ପ୍ରଭୁ ପଦ ପାଦେ କରେ ସେ ମୀନତି

ଭାଇ ମୋ ସୁଖରେ ରହୁ

ଆମର ଏ ଭାଇ ଭଉଣୀର ସ୍ନେହ

ଚିରଦିନ ରହିଥାଉ।।


ପାଉଣାରେ ଖାଲି ଏତିକି ମାଗଇ

ସ୍ନେହ କରିବନି ଉଣା

ସାରା ଜୀବନ ମୋ ସାଥେ ରହିଥିବ

ସେହି ମୋ ପାଇଁ ପାଉଣା।।


ଭାଇ ପାଇଁ ଭଉଣୀ ତା ସୁନାନାଖି

ତାର ଖୁସିର କାରଣ

ଭଉଣୀଟି ପାଇଁ ଭାଇ ତାର ଗର୍ବ

ତାର ଶକ୍ତି ତାର ଟାଣ ।।


ଗୋଟିଏ ଗଛର ଫଳ ପରା ସିଏ

ଅତୁଟ ତାଙ୍କ ବନ୍ଧନ

ମାନ ଅଭିମାନ ସବୁ କ୍ଷଣସ୍ଥାୟୀ

ସ୍ନେହ ସ୍ଥିର ଚିରନ୍ତନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍