ଶୂନ୍ୟତା
ଶୂନ୍ୟତା
1 min
182
ଅନେକ କିଛି କହିଯାଏ
ବେଳେ ବେଳେ ଏଇ ଅନ୍ଧାର ର ଶୂନ୍ୟତା
ଗୋଟିଏ ପ୍ରଶ୍ନର ତଲାସ୍ କରୁ କରୁ,
ଆଉ ଗୋଟେ ପ୍ରଶ୍ନ ହାଜିର୍ ହୁଏ,
ତା'ରି ଉତ୍ତରରେ ।
କେବେ କୋଳାହଳ ମୟ,
ତ କେବେ, ଯେତେ ଭିତରକୁ ଗମିଯିବ,
ସେତିକି ପ୍ରଗାଢ, ଆଉ ଗମ୍ଭୀର,
ଅଥଚ ଶାନ୍ତ ।
ହେଲେ ସେଇ ହଜିବା
ଖୋଜିବା
ଆଉ ଖୋଜିବା ଭିତରେ,
ପ୍ରତି ଟି ଉତ୍ତର ରେ ନିଜକୁ ପାଇବା
ହିଁ ଅସ୍ତିତ୍ବ ଜୀବନର ।
ବାସ୍,
ଏ ଅନ୍ଧାରରେ, ନିଜକୁ ଖୋଜିବାର
ସାହାସ ଟେ ଥାଉ ।
