STORYMIRROR

Anirudha Pradhan

Others

3  

Anirudha Pradhan

Others

SHRAVANA ( ଶ୍ରାବଣ )

SHRAVANA ( ଶ୍ରାବଣ )

1 min
27.6K


ଶ୍ରାବଣ

ବହୁତ ଅପେକ୍ଷା ପରେ…………ଆସିଛି ସେ କ୍ଷଣ,

ପ୍ରକୃତି କୋଳ କୁ ପୁଣି..….….….ଫେରିଛି ଶ୍ରାବଣ

ବାନ୍ଧିଛି ଅନେକ ଆଶା…………..ବ୍ୟାକୁଳିତ ମନ

ବାସ୍ନା ରେ ଚ଼ହଟି ଯାଏ………….ସଂପୂର୍ଣ୍ଣ କାନନ

କେଉଁଠି ଲୁଚ଼ିଛ ବନେ…..…ପାଦ ର ନୁପୂର ମନେ

ବାଜେ ରଣ ଝଣ……….…….ବାଜେ ରଣ ଝଣ

 ବହୁତ ଅପେକ୍ଷା ପରେ…..….…ଆସିଛି ସେ କ୍ଷଣ,

ପ୍ରକୃତି କୋଳ କୁ ପୁଣି………….ଫେରିଛି ଶ୍ରାବଣ

 ଖୁସି ରେ ଅଧିର ଆଜି….…….....ଚ଼ାତକ ର ମନ

 ଭିଜାଇ ପାରିନି ମୋ,………....ଓଠ କୁ ଶ୍ରାବଣ

 ଶ୍ରାବଣ କରେ କିମିଆଁ…...ଦେହ ରେ ଲଗାଏ ନିଆଁ

 ଜଳି ଯାଏ ମନ……....…....….ଜଳି ଯାଏ ମନ 

 ବହୁତ ଅପେକ୍ଷା ପରେ…………ଆସିଛି ସେ କ୍ଷଣ,

ପ୍ରକୃତି କୋଳ କୁ ପୁଣି…….…….ଫେରିଛି ଶ୍ରାବଣ 

 ମୟୁରୀ ର ନାଚ଼ କରେ…………ଈର୍ଷା-ପରାୟଣ

ଜାଣିନି ଭାଗ୍ୟ ରେ କେବେ….....ଆସିବ ସେ କ୍ଷଣ

ମୋ,ର ସାଥେ ତୁମେ ଥିବ......ଶ୍ରାବଣ ସୃଷ୍ଟି କରିବ

ନୂଆ ପ୍ରେମ ଧୁନ……....….…ନୂଆ ପ୍ରେମ ଧୁନ

ବହୁତ ଅପେକ୍ଷା ପରେ…...……ଆସିଛି ସେ କ୍ଷଣ,

ପ୍ରକୃତି କୋଳ କୁ ପୁଣି………….ଫେରିଛି ଶ୍ରାବଣ 

   ଆଖି ରେ ତୁମ ଚ଼େହେରା….…..ନିଦ ରେ ସପନ

   କଟେ ନାହିଁ ତୁମ ବିନା……..….ରାତି ଅବା ଦିନ

   ନିଅନି ଆଉ ପରୀକ୍ଷା…..କରେ ମୁହିଁ ପ୍ରେମ ଭିକ୍ଷା

   ଥାଳ କର ପୂର୍ଣ୍ଣ…….ମୋ,.....ଥାଳ କର ପୂର୍ଣ୍ଣ

   ବହୁତ ଅପେକ୍ଷା ପରେ….……ଆସିଛି ସେ କ୍ଷଣ,

   ପ୍ରକୃତି କୋଳ କୁ ପୁଣି….…….ଫେରିଛି ଶ୍ରାବଣ 

___________________________________________________________________________

­­­­­­­­­­­­­­­­­­­­­­­­­­­­­­­­­­­­­­­ଅନିରୁଦ୍ଧ ପ୍ରଧାନ, ମଣ୍ଡପଡା, ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା, ଡିଶା-754215.   ( ମୋବାଇଲ୍ ନଂ-09899156902 ) 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Anirudha Pradhan