Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanta Majhi

Others

2  

Basanta Majhi

Others

ସେମାନେ ଓ ମୁଁ

ସେମାନେ ଓ ମୁଁ

1 min
142



ପ୍ରଥମେ ସେମାନେ ଆସିଲେ

ଏଫ୍.ଟି. ଆଇ ଛାତ୍ରଙ୍କ ବିରୋଧରେ

ମୁଁ ଶିହରି ଉଠିଲି, ବିବେକ ବି ପ୍ରତିବାଦ କଲା

ଆମ ପିଲାଏ କହୁ ନାହାଁନ୍ତି ଭୁଲ

ତେଣୁ ତାଙ୍କ ସ୍ଵରରେ ସ୍ଵର ମିଳାଇଲି

କାରଣ, ମୁଁ ଜଣେ ପ୍ରଗତିକାମୀ ॥


ତାପରେ ସେମାନେ ଆସିଲେ

ଜେ.ଏନ୍.ୟୁ ଛାତ୍ରଙ୍କ ବିରୋଧରେ

ତାଙ୍କର ଦେଶଦ୍ରୋହୀ ଆଖ୍ୟା ପ୍ରତିବାଦରେ

ମୁଁ ବି ଧରିଲି- ଆଜାଦୀ,ଆଜାଦୀ ନାରା

କାରଣ, ମୁଁ ଜଣେ ସ୍ଵାଧିନତାକାମୀ ॥


ଏହାପରେ ଏମାନେ ଦିଲ୍ଲୀ, ଆଲିଗଡ଼

ବିଶ୍ଵ ବିଦ୍ୟାଳୟରେ ଆତଙ୍କ ଖେଳାଇଲେ

ମୁଁ ଗୁରମିତ୍ ର ସ୍ଵରରେ ସ୍ଵର ମିଳାଇଲି

"ଭୟ କରେନା ଏବିଭିପିକୁ"

"ପାକିସ୍ଥାନ ନୁହେଁ ଯୁଦ୍ଧ ମାରିଛି

ମୋର ଜନ୍ମଦାତା ବାପାଙ୍କୁ"

କାରଣ, ମୁଁ ଜଣେ ମାନବତାବାଦୀ ॥


ତାପରେ ହାଇଦ୍ରାବାଦ,ବନାରସ ବିଶ୍ଵ ବିଦ୍ୟାଳୟେ

ବର୍ବର ଆକ୍ରମଣର ରଚିଛନ୍ତି ଇତିହାସ

ଶହୀଦ ବନିଛନ୍ତି ଭେମୁଲା, ଡାଭୋଲକର

ପାନସାରେ, କଲବର୍ଗୀ,ଗୌରୀ ଲଙ୍କେଶ

ଅଖଲାକ, ପେହଲୁ,ଜୁନେଦମାନେ ॥


ପ୍ରତିବାଦ ଜୁଆରରେ ମୁଁ ତ ସାମିଲ

ବନ୍ଦ ହେଉ ଏହି ଅତ୍ୟାଚାର

ମାନବତା ବିରୋଧୀଙ୍କ ବିରୋଧରେ ଠିଆ ହେବା

ଜଣେ ସମତାକାମୀର ପରମ କର୍ତ୍ତବ୍ୟ ଅଟେ ॥



Rate this content
Log in