STORYMIRROR

SANJUKTA MAHAPATRA

Others

3  

SANJUKTA MAHAPATRA

Others

ସାନ ଭଉଣୀର ରାକ୍ଷୀ

ସାନ ଭଉଣୀର ରାକ୍ଷୀ

1 min
40


ଦଉଡି ଆସି ପାଖରେ ବସି

ଡାକେ ଭାଇନା ଯେବେ

ସବୁ ଦରଦ ସବୁ ବେଦନା

ଉଭେଇ ଯାଏ ତେବେ।

ଟିକେ କଥାରେ କରେ ଗୁମାନ

ହଲାଉ ଥାଇ ମଥା

ମଉନେ ବସେ ମୁହଁ ଲୁଚାଇ

ନ କହେ ଆଉ କଥା।

ଭାରି ଗେଲେହୀ ଭଉଣୀ ମୋର

ସଜେଇ ହେଉଥାଏ

ବାହାର ବୁଲା ଅବା ଯାତରା

ଆଗରେ ଠିଆ ହୁଏ।

ଭୁଲେନା କେବେ ଜନମ ଦିନ

ଆଉ ରକ୍ଷା ବନ୍ଧନ

କିଣି ଆଣଇ ମିଠାଇ ସିଏ

ମାନିବ ଯେହ୍ନେ ମନ।

ଭାରି ସରାଗେ ବାନ୍ଧଇ ରାକ୍ଷୀ

ଖୁସି ତା ମନ କେତେ

ଅନେଇ ଥାଏ ଭାଇ ହାତକୁ

ଅଛି କଣ ତା ହାତେ।

ପତାଇ ଦିଏ ହାତ ସରାଗେ

ଖୁଆଇ ଦେଇ ମିଠା

ହେଉବା ଛୋଟ ଭେଟିଟି ଧରି

ବଢାଇ ଦିଏ ମଥା।

ଭାଇଟି ତାର ଭାରି ନିଜର

ସଂସାରେ ନାହିଁ ଡର

ସବୁ ବିପଦେ ରହିବ ଠିଆ

ଭାଇଟି ପାଖେ ତାର।

କେତେ ଅଳି ଯେ ଭାଇ ପାଖରେ

କେବେ ଭୁଲିବ ନାହିଁ

ସାରା ଜୀବନ ବାନ୍ଧିବି ରାକ୍ଷୀ

ଧନ ମୋ ଲୋଡା ନାହିଁ।

ଭାଇ ଭଉଣୀ ସମ୍ପର୍କ ପରା

ଅଟେ ଜନମ ଜନ୍ମ

କଥା କଥାରେ ରାଗ ରୁଷାରେ

ଭାଙ୍ଗଇ ନାହିଁ ମନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍