STORYMIRROR

Bismita Sahoo

Others

4.9  

Bismita Sahoo

Others

ସ୍ଵାମୀ ଓ ସ୍ତ୍ରୀ

ସ୍ଵାମୀ ଓ ସ୍ତ୍ରୀ

1 min
14.1K


ଦୁଇଟି କବିତା

(ସ୍ତ୍ରୀ)

କେତେବେଳେ ଶାଶୁର ଗଞ୍ଜଣାରେ

କେତେବେଳେ ନଣନ୍ଦର

ଟାହି ଟାପରରେ

କେତେବେଳେ ଛୁଆଙ୍କ

ଅଳି ଅର୍ଦ୍ଦଳିରେ

ତ କେତେବେଳେ ତେଲ ଲୁଣ ସଂସାରରେ

ନିଜକୁ ଜାଳି ସଭିଙ୍କୁ ଆଲୋକ ଦେଉଥିବା

ଛୋଟିଆ ସଳିତା ଟିଏ


(ସ୍ୱାମୀ)

କେତେବେଳେ ବସ୍ ଙ୍କ ନାଲି ଆଖିରେ

କେତେବେଳେ ତେଜରାତି ଦୋକାନରେ

କେତେବେଳେ ପିଲାଙ୍କ

ଟିଉସନ ଫି ରେ

ତ କେତେବେଳେ ବାପା ମାଙ୍କ

ଔଷଧ ରେ

ନିଜକୁ ବିକି ସଳିତାକୁ ଜଳାଉଥିବା

ବଡ଼ ଘିଅ ଡବା ଟିଏ


Rate this content
Log in