ସାଗରକୁ ଭଲପାଏ ବୋଲି
ସାଗରକୁ ଭଲପାଏ ବୋଲି
1 min
27.8K
ସାଗରକୁ ଭଲପାଏ ବୋଲି
*************
ସାଗରକୁ ଭଲପାଏ ବୋଲି
ଅନ୍ତହୀନ ଏ ନୀରବ ପ୍ରତୀକ୍ଷା।
ତୁମ ସ୍ପର୍ଶରେ କେତେ ଯେ ଆନନ୍ଦ
ତୁଚ୍ଛ ଲାଗେ କ୍ଳାନ୍ତ ଜୀବନର ଅସରନ୍ତି ବ୍ୟଥା।
ଦଲକାଏ ପବନରେ ହଲିଯାଏ ମନ
ଢ଼େଉ ତୁମ ଛୁଇଁଯାଏ ଯେବେ
ତୁଟିଯାଏ ସବୁ ମାନ ଅଭିମାନ।
ଗମ୍ଭୀର ସ୍ୱରରେ ତୁମ ସଙ୍ଗୀତର ଲୟ
ସାଥେ ଅଛି ମାଦକତା
କହିଯାଏ ସୃଷ୍ଟି ଆଉ ବିଲୟର କଥା।
କି ଉପହାର ଦେବି ଆଣି ତୁମ କୋଳେ ଥୋଇ
ରନôଗର୍ଭା ତୁମେ ନିମିଷକେ ଦେବଟି ଫେରାଇ।
ସତେ ଯଦି ଭଲପାଅ ମୋତେ
ମୋ ଜୁଇର ପାଉଁଶମୁଠାକ ନେବ ଆପଣେଇ
ଦେବନି ଫେରାଇ ନିଜ ପାଶେ ସାଇତିବ ନେଇ।ା
