STORYMIRROR

Satyaprakash Panigrahi

Others

4.0  

Satyaprakash Panigrahi

Others

ସ୍ୱାର୍ଥପର ଦୁନିଆ

ସ୍ୱାର୍ଥପର ଦୁନିଆ

1 min
1.0K


କାହିଁ କେତେଦୂର ଚାଲି ଆସିଗଲି ମୋ ପରିଚୟ ଖୋଜି ଖୋଜି

କିନ୍ତୁ ପାଇଲିନି ପରିଚୟ ସିନା ପାଇଲି ମୁଁ ଅନୁଭୂତି ।।


ଚାଲୁ ଚାଲୁ ମୁଁ ଚିହ୍ନିଗଲି ଏଇ ସ୍ୱାର୍ଥପର ଦୁନିଆକୁ

କେଜାଣି କାହିଁକି ଲାଗୁଛି ହେ ମତେ କାହିଁ ଜନ୍ମିଲି ଏଠି ତୁଚ୍ଛାକୁ।।


ସ୍ୱାର୍ଥ ପାଇଁ କେବେ ପ୍ରେମ ବନ୍ଧା ପଡେ ତ ପ୍ରେମ ପାଇଁ କେବେ ପରିବାର

ଯଉଠି ଦେଖିଲେ ସ୍ୱାର୍ଥ ହିଁ ସ୍ୱାର୍ଥ ହାଏରେ ମୋହମାୟା ପୂର୍ଣ୍ଣ ସଂସାର !!


ଏଠି ତ ନାରୀଙ୍କୁ ଦିନରେ ପୂଜନ୍ତି ଆଉ ରାତିରେ ଦୁଷ୍କର୍ମ କରନ୍ତି

ମୁହୁର୍ତ୍ତକ ମଧ୍ୟେ ରକ୍ଷକ ରୁ ଭକ୍ଷକ ସାଜି ଯାଆନ୍ତି ।।

ଧିକ୍ ! କି ପ୍ରକାର ଏ ସଂସ୍କାର ??

ହାଏରେ ମୋହମାୟା ପୂର୍ଣ୍ଣ ସଂସାର !!

ଯଉଠି ନାରୀଙ୍କୁ ନାହିଁ ସମ୍ମାନ, ସେଠି କି ଶାନ୍ତି ମିଳିବ କହୁନ??


କୁକର୍ମ ପାଇଁ ମିଳେ ପୁରସ୍କାର

ସତ୍ କର୍ମକୁ ମିଳେ ଖାଲି ତିରସ୍କାର

ସତ୍ କର୍ମୀ ପାଇଁ ନାହିଁ ଏଠି ସ୍ଥାନ

କୁକର୍ମୀ ପାଇଁ ଅଛି ହେ ସମ୍ମାନ ।।


ତଥାପି ଆଜି ଏ ସ୍ୱାର୍ଥି ଦୁନିଆରେ ଅଛନ୍ତି ନିସ୍ୱାର୍ଥି ଲୋକ

ଯାହାଙ୍କ ପାଇଁ ତ ଏଇ ଦୁନିଆରେ ଟିକେ ଶାନ୍ତିରେ ନିଶ୍ବାସ ନଉଚ ।।


ଚାଲ ମିଳିମିଶି ଆମ ଚିନ୍ତାଧାରା ରେ ଆଣିବା ପରିବର୍ତ୍ତନ

ଦୁନିଆକୁ ପୁଣି ଲଉଟି ଆସିବ ଶାନ୍ତି ର ବାତାବରଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍