STORYMIRROR

Susmita Behera

Others

3  

Susmita Behera

Others

ରୂପ

ରୂପ

1 min
713


ମୁଁ କାହା ପରି ଦେଖାଯାଏ

ସୁନା, ହୀରାର ଗହଣାରେ ପୋତି ହୋଇଥିବା

ଅର୍ଦ୍ଧ ଉଲଗ୍ନ ମୂର୍ତ୍ତି ଟିଏ..


ପୁରୁଷର ଗଂଜି ଜଙ୍ଗିଆ ବିଜ୍ଞାପନରେ

ଜଣେ ଶକ୍ତ ବାହୁର ପୁରୁଷ ତୀବ୍ର ବେଗରେ,

ଖଳ ନାୟକ ହାତରୁ ଝାମ୍ପି ନେଉଥିବା ନାରୀର

ଦେହ ପରି ଗୋଟିଏ ଦେହ...


ଶୁଖିଲା ଛାତି,

ଆଉ ଅନୁର୍ବର ଜମି ଖଣ୍ଡେ ପେଟରେ

ମୁହଁମାଡି ପଡିଥିବା ଗୋଟିଏ ଅଭିଶପ୍ତ ଛବି


ଅଗଣାରେ ଥିବା କାଠ ଚୁଲିରେ

ଟକ ମକ ହୋଇ ଫୁଟୁଥିବା ଲମ୍ବା ଲମ୍ବା ଭାତ


ଗୋଟିଏ ଡ୍ରେସିଂ ଟେବୁଲ ଦେହରେ

ସ୍ଥାନ ପାଇଥିବା ସବୁ ସୌନ୍ଦର୍ଯ୍ୟ ସାମଗ୍ରୀକୁ

ନିଜ ଦେହକୁ ବୋହିନେଇ ଥିବା ସହରର ବସ୍ତି ଅଂଚଳର

ଜଣେ ଅନାମିକା ଅଭିସାରିକା


ହୁ (WHO) ତ କହେ

ସବୁଠୁ ଉଦାସ ଦେଶ ଭାରତ,

ଟୋପାଏ ପ୍ରେମ,

ଦି ଆଞ୍ଜୁଳା ମମତା, ଟିକିଏ ଅନୁରାଗ ପାଇଁ

ସାରାଜନ୍ମ ପ୍ରତୀକ୍ଷାରେ ଥିବା ସେ ଅର୍ଦ୍ଧମୃତ ଶବ ମାନଙ୍କ ପରି ?

କାହା ପରି ଦିଶେ ?


ବୋଧେ ତମେ ଦେଖିନ

ଅରୁଣୀମା କୁ, ପୁନିତା ଆରୋରା,

ଅବନୀ ଚତୁର୍ବେଦୀ, କଳ୍ପନା ଚାଓଲା, ମେରୀକମ ,

ଝୁମ୍ପା ଲାହାରି , ପ୍ରତିଭା ରାୟ, ମାନଙ୍କୁ ...


ତମେ ଦେଖିନ ବୋଲି ଧରିନେଲ ବୋଧେ,

କେହି ନାହାନ୍ତି..

ତମ ତିଆରି ଥିବା ରାସ୍ତା ପାଖରେ

ଆଉ ଗୋଟିଏ ପକ୍କା ରାସ୍ତା ତିଆରିବାକୁ,

ତମେ ଆରମ୍ଭ କରି ଥିବା ଯୁଧ୍ୟରେ

ଏମାନେ ସମସ୍ତେ ଜଣେ ଜଣେ ଲଷ୍ମୀବାଇ,

ଭାବିପର ମୁଁ ବି, ଆହୁରି ମୋ ପରି ଅନେକ..


ଏବେ ତ ସାରା ପୃଥିବୀ ଯୁଧ୍ୟକ୍ଷେତ୍ର ପାଲଟିଛି

ଘର, ଅଫିସ, ବସଷ୍ଟାଣ୍ଡ, ସିନେମା ହଲ, ଐରପୋର୍ଟ, ବଗିଚା

ଆଉ ହୃଦୟ ଭିତରେ ଥିବା ଇଞ୍ଚେ ମାତ୍ର ଜାଗାବି


ନିଜ ପ୍ରଭୁତ୍ୱ ବିଷୟରେ କିଛି ଗୋଟିଏ ଭାବିବା ଆଗରୁ

ତମ ପାଦ ପାଖରେ, ଯେଉଁ ଅନ୍ୟ ପାଦଟି ଦେଖୁଛ

ସେ କାହାର କି? କେବେ ପଚାରିଛ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Susmita Behera

ରୂପ

ରୂପ

1 min ପଢ଼ନ୍ତୁ