STORYMIRROR

Sarojini Dash

Others

3  

Sarojini Dash

Others

ରଥଯାତ୍ରା

ରଥଯାତ୍ରା

1 min
27K


ଶରଧାବାଲିକୁ କୃପାସିକ୍ତ କରି

ରତ୍ନବେଦୀ ରୁ ଜନ୍ମବେଦୀ

ଜନ୍ମବେଦୀ ରୁ ରତ୍ନବେଦୀ

ଅନୁଲୋମ ବିଲୋମ କ୍ରମେ

ଆର୍ତ୍ତ ପତିତ ଉଦ୍ଦାର ଲାଗି

ପୂର୍ଣ୍ଣବ୍ରହ୍ମ ର ରଥଯାତ୍ରା ।


ହୃଦୟର ନିଭୃତକୋଣରୁ

ଅନନ୍ତ ବ୍ରହ୍ମାଣ୍ତ ଯାଏଁ ବ୍ୟାପ୍ତ

ଆଉ ସ୍ପନ୍ଦିତ ଏ ଯାତ୍ରା ।।


ଅଣୁ ପରମାଣୁ ଠୁ ଦେବାଦେବୀ

ଅଶରୀରୀ ଅମୋକ୍ଷ ଆତ୍ମା

ଚଣ୍ଡୀ ଚାମୁଣ୍ତୀ ସହ ଭକ୍ତ ସତତ

ତତ୍ପର ଆଉ ବ୍ୟଗ୍ର ଆତୁର ଭାବେ

ନିଜ ପ୍ରିୟତମ ମନମୋହନ ଙ୍କ

ଟିକେ ଦର୍ଶନ, ସ୍ପର୍ଶନ ଅଥବା

ଜଣାଇବାକୁ ନିଜ ପ୍ରାଣର

ବ୍ୟଥା ବେଦନା........।।


ନୀଳାଦ୍ରିନାଥ ନିଜ ଲୌକିକ ଲୀଳାରେ

ହରିନିଅନ୍ତି ଆତୁରତା ଭରା ଦୁଃଖର ସାରାଶଂ

ଆଉ ଯାତ୍ରାର ଉଦଯାପନିରେ

ନିଜ ଅଧରସ୍ପର୍ଶ କରି ଆତିଥ୍ୟତାରେ

ଦିଅନ୍ତି ମୁନ୍ଦାଏ ମକରନ୍ଦ ମିଶା

ଅଧରପଣା.........।।


Rate this content
Log in

More oriya poem from Sarojini Dash