ରୋକୁ ଏଇ ଭାରଥୋର
ରୋକୁ ଏଇ ଭାରଥୋର
ରୋକୁ ଏଇ ଭାରଥୋର
ପର୍ଶୁରାମ ବିଶ୍ୱାଳ
ସବୁ ଜାଣି ଜଗା ଶୋଭା ପାଉନାହିଁ ତୋର ଏଇ ନିରବତା
ବାହାଘର ପରେ ଝିଅଘର ମୁଣ୍ଡେ ପଶେ ଭାରଥୋର ଚିନ୍ତା
ଗୁମୁରି କାନ୍ଦଇ ଝିଅବାପା କାହିଁ
ଏକଥା କହ କି ମିଥ୍ୟା ?
କେତେ ରାଇଜରେ ଅଛି ସିନା ପ୍ରଭୁ ଏଇ ପ୍ରଥା ଭାରଥୋର
ବାହାଘର ପରେ ଗୋଟିଏ ବରଷ ଭାର ଦବ ଓଷା ବାର
ଏ ଚଳଣି ଏଇ ପରମ୍ପରା ପାଇଁ
ଝିଅ ବାପା ମୁଣ୍ଡବଥା ।
ଝିଅ ବାହା ପାଇଁ ଜମିବାଡ଼ି ବିକି, ଧାଆର କରଜ କରି
ଭାର କଥା ପୁଣି ଭାବିଲାବେଳକୁ ମୁଣ୍ଡ ଯାଉଅଛି ଘୂରି
ଭାଙ୍ଗିଚି ତା ଅଣ୍ଟା, ସଳଖିପାରିନି
ଭାବି ବୁଡ଼ିଯାଏ ଚେତା ।
ଯଉତୁକ ଟଙ୍କା ବାକି ଅଛି ବୋଲି ସମୁଦି ଦଶ ଖବର
ନିର୍ଯାତନା ଦିଏ ତା ଶାଶୁ-ନଣନ୍ଦ, ମୁଣ୍ଡ ଗୋଳମାଳ ତା’ର
ବୋଝ ଉପରେ ଏ ନଳିତା ବିଡ଼ାଟି
କହ ଇଏ କିବା କଥା !
ବୋହୂଘର ଭାର ଆସିଚି ବୋଲିକି ପୁଅବାପା ଖୁସି ହେଇ
ଗନ୍ଧିଆ ପଚରା ମିଠେଇ ସେ ବାଣ୍ଟେ ତା ବନ୍ଧୁ ତା ସାଇଭାଇ
ପାନରୁ ଚୂନଟି ଖସିଗଲେ ଟିକେ
ଝିଅଟି ହୁଏ ହିନସ୍ତା ।
ବୁଝେଇ କହ ତୁ ଠାକୁର ଆଜିରେ ଆମର ଏ ସରକାର
ସଚେତନ ନୁହଁ, ଆଇନି ବଳରେ ରୋକୁ ଏଇ ଭାରଥୋର
ଖୁସିରେ ରୁହନ୍ତୁ ପୁଅଝିଅ ଘର
ବଦଳିଯାଉ ବ୍ୟବସ୍ଥା ।
ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ
ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪
ଫୋନ୍-୯୮୫୩୭୫୯୭୦୦
*****