STORYMIRROR

HOME TV ODIAA

Others

3  

HOME TV ODIAA

Others

ରକ୍ତତିର୍ଥ

ରକ୍ତତିର୍ଥ

1 min
203


ଆମର ଗରବ ଆମ ଗଉରବ

ରକ୍ତତିର୍ଥ ଆମ ଇରମ

ଯାହାଙ୍କରକ୍ତରେ ମାଟି ରଙ୍ଗହେଲା

ତାଙ୍କପାଦେ କୋଟି ପ୍ରଣାମ l

ନିଜର ରକ୍ତକୁ ବାଜିସେ ଲଗାଇ

କେତେ ଆନ୍ଦୋଳନ କଲେ

ଭୂଲିଯାଇତାଙ୍କ ପରିବାର ବନ୍ଧୁ

ଦେଶପାଇଁ ପ୍ରାଣ ଦେଲେ l

ଭାବୁକ,କିଶାନ,ବାଳକ,ରାଜନ

କମାଣ ମୁହକୁ ଯାଇ

ସରଳ ଜୀବନ କରିଦେଇ ଲୀନ

ଭୁମିରେ ପଡିଲେ ଶୋଇ l

ଓଡିଶା ବାସୀଙ୍କୁ ଯାଗ୍ରତ କରିଲେ

ଇଂରେଜ ସାଥିରେ ଲଢି

ଇରମ ପାଖରୁ ଇଟାଲିର ଲୋକେ

ଭୟେ ପଲାଇଲେ ଛାଡି l

ସଂସାର ଉଜାଡି ଦେଶକୁ ସଜାଡି

ରଖିଦେଇ ଗଲେ ସ୍ମୃତି

ତାଙ୍କପାଇଁ ଆମେ ନିର୍ଭୟେ ଚଲୁଛୁ

ଫୁଲାଇ ଆମର ଛାତି l

ଦୀନ ଚାଲିଗଲା ଚିହ୍ନ ରହିଗଲା

ଇତିହାସେ ହେଲା ନାମ

ଦରିଆ କୋଳରେ ସହୀଦି ହୋଇଲ

ଧନ୍ୟତୁମ ଦେଶପ୍ରେମ

କର୍ପୁର ଉଡିଲା କନାଟି ରହିଲା

ନାମଟି ହେଲା ଅମର

ରକ୍ତତିର୍ଥ ବୋଲି ଇରମ ମାଟିଟି

ପ୍ରଚାର ହେଲା ବିଶ୍ବର l

    


Rate this content
Log in

More oriya poem from HOME TV ODIAA