ରଜ
ରଜ
1 min
221
ଗ୍ରୀଷମ କଷଣ ଚାଲିଯିବ ପୁଣି
ଶ୍ୟାମଳିମା ଭରିଦେବ ll2ll
ତାର ପରଶରେ ରଜସ୍ୱଳା ହୋଇ
ଫୁଲ ଫଳ ସବୁ ଦେବ
ଜୀବଜନ୍ତୁ ବୃକ୍ଷ ମାନବ ସହିତେ
ସଭିଙ୍କ ମନ ତୋଷିବ ll3ll
ଆମ ଓଡ଼ିଆଙ୍କ ଗରବ ଗୌରବ
ରଜ ପରବଟି ଅଟେ
କେତେ ପିଠା ମିଠା ଖିଲି ପାନ ଦେଇ
ଭାଇଚାରା ସିଏ ବାଣ୍ଟେ ll4ll
ଯାହାର ଠାକୁର ଜଗତର ନାଥ
ଜଗତକୁ କହେ ରଖ
ବିଶ୍ୱେ ମୈତ୍ରୀ ଭାବ ଫିକା ପଡ଼ିଲାଣି
ଓଡ଼ିଆଙ୍କ ଠାରୁ ଶିଖ ll5ll
ଓଡ଼ିଆ ଜାତିର ଧରମ ପରବେ
ତା ସଂସ୍କୃତି କଥା କହେ
ଆପଣାର କରି ଜଗତେ ସଭିଙ୍କୁ
ଆତିଥ୍ୟରେ ମନ ମୋହେ ll6ll
ଆଜି ସିନା ଦୁଃଖ ଦେଇଛି କରୋନା
କାଲି ନିଶ୍ଚେ ହଟିଯିବ
ପରମ୍ପରା ଆମ ବଞ୍ଚି ରହିଥିବ
ଏକଥା ଆନ ନ ହେବ ll7ll
ଆମର ସଂସ୍କୃତି ନୁହେଁ ତ ଦୁର୍ବଳ
ଏହି ଯେ ଆମର ଭାଗ୍ୟ
ଆମ ପର୍ବ ଧର୍ମ ସଂସ୍କୃତି ସାହିତ୍ୟ
ବଞ୍ଚି ରହୁ ଯୁଗ ଯୁଗ ll8ll
