STORYMIRROR

Gita Rani Mahanty

Others

4.8  

Gita Rani Mahanty

Others

ରହି ରହିଯାଆ

ରହି ରହିଯାଆ

1 min
1.1K



ଏମିତି ଏ ସ୍ନିଗ୍ଧ ସକାଳରେ

ଏମିତ ଏ ପ୍ରିତିଲଗ୍ନ ନରମ ବେଳାରେ

ଏମିତି ଏ ନିରବିତ ନିଥର ମନରେ

ଶୋଭାକି ପାଏ ତୋର ପ୍ରଖରତା

ରହ ରହିଯାଆ....

ବ୍ୟାଧିର ନିଷ୍ଠୁର ତାରେ

ବ୍ଯାଘ୍ରର ପାଶବିକତାରେ

ନିର୍ଦ୍ଦେୟ ଶାଗୁଣାର ନଖରେ

ବିଦୀର୍ଣ୍ଣ କରନା,

ନରମ ବୁକୁର ରକ୍ତ ସବୁ

ଶ୍ବେଦପାତେ ନିଗାଡି ଦେଏନା

ରହ ରହିଯାଆ ବିବଶ୍ବାନ

ତୋତେ ମୋର ହୃଦପୁଷ୍ଷ

ଆକୁଳ ପ୍ରଣତି

ବର୍ଷିଯାନା ତିଷ୍ମତିର

ତା କର ଶୟନେ

ବାରମ୍ବାର ଅଭୁତା ପ୍ରଣାମେ

ହଳଦୀ ବସନା କନ୍ୟା ଯିବା ଯାଏ କ୍ଷଣେ, ରହ ରହିଯାଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Gita Rani Mahanty