STORYMIRROR

Laxmipriya Barik

Others

3  

Laxmipriya Barik

Others

'ରାକ୍ଷୀରେ ହୋଇଲି ଦୁଃଖୀ'

'ରାକ୍ଷୀରେ ହୋଇଲି ଦୁଃଖୀ'

1 min
398

ସୁଖ ର ସଂସାରେ ଘର କରି ଅଛୁ।

ସବୁ ତ ଦେଇଛୁ ତୁହି।

ଧନୀ ଗରିବ ଏହି ଭେଦରେ।

ତୋ ପାଖରେ ଛୋଟ ବଡ କେହି ନାହିଁ।

ଆଜି କହିବାକୁ ବାଧ୍ୟ ମୁଁ ହୋଇଛି।

ଦେଇ ନାହଁ ଗୋଟେ ଭାଇ।

ହାତରେ ଧରିକି ଠିଆ ହୋଇଅଛି।

ରାକ୍ଷୀ ମୁଁ ବାନ୍ଧିବା ପାଇଁ।

ଏତେ ଯେ ନିର୍ଦୟ ହୃଦୟ ତୁମର।

ସମସ୍ତଙ୍କୁ ଦେଲ ଭାଇ।

ରାକ୍ଷୀର ଦିନରେ ଯାହାକୁ ଦେଖିବ।

ବାନ୍ଧୁଛନ୍ତି ସବେ ରାକ୍ଷୀ।

ମୋ ଜୀବନରେ ଏତିକି କଷ୍ଟ।

କାହିଁକି ଦେଇଛ ଭରି।

କେଉଁ ଜନମର ପାପ କରିଅଛି।

ବାନ୍ଧିଲିନି ଗୋଟେ ରାକ୍ଷୀ।

ଜନମ ହୋଇଲି କାହିଁକି କେଜାଣି।

ଭାଇର ସେନେହ ପାଇଲି ନାହିଁ।

ଦୟା ଭାବ କରି।

ଦେଇଥାନ୍ତ ଗୋଟେ ଭାଇ।

ହୃଦୟ ମୋହର।

ହୋଇଥାନ୍ତ ଟିକେ ଶାନ୍ତି ।। (ଲକ୍ଷ୍ମୀପ୍ରିୟା ବାରିକ)





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍