ପ୍ରତିବିମ୍ବ
ପ୍ରତିବିମ୍ବ
1 min
161
ଚପଳ ଚଞ୍ଚଳା ସ୍ମିତ ହାସ୍ୟ ଫିଙ୍ଗି
ଭୃଲତା ନଚାଏ ଛନ୍ଦେ
ଦିଗହରା କେଶ ସାଉଁଟି ଆଣିନ
ଖୋସା କିଆରୀରେ ବାନ୍ଧେ ।
ଯୌବନ କାମୁକ ମତ୍ତ ମଦନରେ
ଅନ୍ଧ ପୁଟୁଲି କୁ ବାନ୍ଧି
କି ଅବା ଦେଖେ ସେ ନବ ରୂପ ତାର
ନିଃଶ୍ୱାସକୁ ଆଜି ରୁନ୍ଧି ।
ନୟନ ବାରତା ସତେ କି ସେ ବୁଝି
ବୁଣି ଯାଏ କିଛି ସ୍ମୃତି
ଅଶ୍ରୁ ବିନ୍ଦୁ ଧାରେ ଝରି ଝରି ଆସି
ଅଧରେ ଯାଏ ସେ ଝୁଣ୍ଟି ।
ପ୍ରତିବିମ୍ବିତ ପ୍ରତିଛବି ସବୁ
କଳ୍ପନାର ଆଢୁଆଳେ
ସୀମାନ୍ତ କଳଙ୍କ ପଦାଘାତେ ବାଜି
ଭଗ୍ନାବଶେଷେ ମିଳେ ।
