ପରତେ
ପରତେ
1 min
2.3K
ପରତେ ପ୍ରେରଣା ପ୍ରକୃତିର ପ୍ରତ୍ୟକ୍ଷ ମାୟା
ପ୍ରଖର ପ୍ରତିଭାର ପ୍ରତୀକ, ପ୍ରତୀକାତ୍ମକ ତା ଛାୟା !
ଅଙ୍କା ବଙ୍କା ଅଡ଼ୁଆରେ ଆଢୁଆଳେ ଆଶା ସବୁ
ବସା ବାନ୍ଧେ ଆପଣା ଛୁଆଁରେ ...
ଲିଭି ପୁଣି ଜଳୁଥାଏ, ଜାଳୁଥାଏ
ଅଜଣା ଲୋଭରେ କି କ୍ଷୋଭରେ..!
ଭାଗ୍ୟର ଭାଗଟା ହାତ ଠାରି ଡାକେ,
ପୁଣି ଲେଉଟାଇ ନିଏ ; ଆଉ
କୋଉ ଠିକଣାକୁ..
ଅଶାର ଆକାଶ ସେପାରେ ତୋଳିପାରେ
ଗଢ଼ିପାରେ ଭାଗ୍ୟର ଭଙ୍ଗା ଖେଳନାକୁ ..
