STORYMIRROR

Mamata Nayak

Others

3  

Mamata Nayak

Others

ପ୍ରିୟତମ

ପ୍ରିୟତମ

1 min
14.2K


ପ୍ରିୟତମ!

ଏମିତି ଜୀବନ ଟିଏ ଦିଅ ଗୋ ମତେ

ଖାଲି ବଞ୍ଚିବିନି,

ଜୀବନ ପରି ଜୀବନଟେ ଜୀଇଁପାରିବି

ବିନା ପ୍ରବଞ୍ଚନା ରେ,

ଆଞ୍ଜୁଳାଏ ବିଶ୍ଵାସର ଭରସାରେ

ଆଉ ମୁଠାଏ ପ୍ରେମର ଆଶ୍ରାରେ I

ହେଇ, ଜାଣିଛ ନା,

ତୁମ ବିରହ ରେ ବଞ୍ଚିବା ଭାରି କଷ୍ଟ,,

ତଥାପି ତୁମ ବିରହ ଭଲ ଲାଗେ ମତେ

କାହିଁକି ନା, ତୁମେ ଥାଅ ମୋ ଭିତରେ

କ୍ଷୀର ନୀର ପରି ସମାହିତ

ସେଇ ସବୁ ବିଜନ ବେଳା ରେ I

ପ୍ରିୟତମ!

ସେତେବେଳେ ମୁଁ ତ ବେଶି ବେଶି ହଜି ଯାଏ,

ମଜ୍ଜିଯାଏ, ତୁମ... ଖାଲି ତୁମ ଭାବନାରେ,

ଆଉ ଯେତେ ଯେତେ ସବୁ ସମ୍ପର୍କକୁ ପଛ କରି,

ମୁଁ ଖାଲି ବିଭୋର.. ବିମୁଗ୍ଧ.. ତୁମ ସୂକ୍ଷ୍ମ ଆଧିପତ୍ୟରେ  ….।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mamata Nayak