ପ୍ରାୟଶ୍ଚିତ
ପ୍ରାୟଶ୍ଚିତ
1 min
210
ପିଲାଦିିିନୁ ଶୁଣି ଅଛୁ ଆମ୍ଭେ
ଆଈ ବୁଡ଼ି ମାଆ କାହାଣୀ
କେତେ ରାଜା ମହାରାଜା ପ୍ରାୟଶ୍ଚିତ ପାଇଁ
ଛାଡି ଯାଇଛନ୍ତି ରାଜଗାାଦି।
ଆଉ କେତେ ଅଭିଶପ୍ତ ପାଇଁ
ଭୋଗିଛନ୍ତି ଅନେକେ କ୍ଷୟ କ୍ଷତି ।।
ପ୍ରୟୋଚିତ ଶବ୍ଦ ଶୁଣିଲା ମାତ୍ରେ
ମନେ ଆସିଯାଏ ଧର୍ମ ଅଧର୍ମ କଥା ।
କାରଣ ଖୋଜିଲେ ପାଇବାନି ଆମେ
ଏହା ରହିଅଛି ବହୁଦିନୁ ହୋଇ ମୁଣ୍ଡ ବ୍ୟଥା ।।
ଖାଲି ପୁରାଣେ ଶୁଣିଚେ ପାପୀ କରେ ପ୍ରାୟଶ୍ଚିତ,
ମାନେ ନ ବୁଝି ଖୁସ ହୋଇ ରହି ଯାଉ ହୋଇ ଅଚିନ୍ତ।।
ପାପୀ ଯେ ଖାଲି କରିବ,
ନିଷ୍ପାପ ନାଇଁ;
ହୋଇଛି କେଉଁଠି ଵା ସୁନିଶ୍ଚିତ!।।
ଅଧୁନା ପ୍ରଗତିିିଶୀଳ ଯୁଗେ
ସର୍ଜନା ମାର୍ଜନା ନ କଲେ
ହେଉ ନାଇଁ କିିିଛି ଉନ୍ନତ ।।
ଅନୁତାପ ଅନୁତପ୍ତ ଜୀବନେ ଆସିବ,
ହେବା ଯେବେ ଆମେ ପରାଜିତ।।
ସତରେ ଜୀବନେ ଜରୁରୀ ପ୍ରାୟଶ୍ଚିତ ।।
