STORYMIRROR

Tejaswini Goutami Madala

Others

2  

Tejaswini Goutami Madala

Others

ଫଟା କପାଳ

ଫଟା କପାଳ

1 min
14K


ଆହାରେ! ମୋ ଫଟା କପାଳ

ଯହିଁ ହାତ ଦିଏ, ସବୁ ନାଶ ହୁଏ

ସତେ କି ମୁଁ ଭସ୍ମାସୁର!

ଆହାରେ! ମୋ ଫଟା କପାଳ॥


କଷ୍ଟ କରି କରି କୃଷ୍ଣ ନ ପାଇଲି କାହିଁ

କୃଷ୍ଣ ହେ!

କେଉଁଠି ତୁମର ବାସ, କିରୂପେ ସ୍ଥିତି ତୁମର?

ଆହାରେ! ମୋ ଫଟା କପାଳ॥


ପରକୁ ସଜାଡ଼େ, ନିଜେ ହିଁ ଉଜୁଡ଼େ

ଏ କି ପରୋପକାରର ଫଳ?

ଆହାରେ! ମୋ ଫଟା କପାଳ॥


ଭଦ୍ର ହୋଇ ମୁହିଁ ହାରିଲି ମୋ ଗଡ଼

ଜିତିଗଲେ ଭଦ୍ର ଚୋର

ଆହାରେ! ମୋ ଫଟା କପାଳ॥


ଜାଣିଲି ଡେରିରେ, ଜୟ ହୁଏ କପଟୀର

ଆସ୍ଥାନ ନାହିଁ ସତ୍ୟର

ଆହାରେ! ମୋ ଫଟା କପାଳ॥


ତଥାପି - ବଞ୍ଚିଛି ଜିଗୀଷା

ଦିନେ ହେବି ମୁଁ ସଫଳ

ଫିଟିବ ଭାଗ୍ୟର ଦ୍ବାର

ଆହାରେ! ମୋ ଫଟା କପାଳ॥


(ତେଜସ୍ଵିନୀ, ରୟତି କଲୋନୀ, ରାୟଗଡ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Tejaswini Goutami Madala