STORYMIRROR

Monalisa priyadarsini Nanda

Others

3  

Monalisa priyadarsini Nanda

Others

ଫୋନି ଆସିଲା କୁଆଡୁ ପକାଇ ହମ୍ବାରଡି

ଫୋନି ଆସିଲା କୁଆଡୁ ପକାଇ ହମ୍ବାରଡି

1 min
180


କେଉଁଠୁ ଆସିଲା ଏ ଫୋନି ବାତ୍ୟା ମାଡି 

ଚାଲିଗଲା ଦୁଃଖ ଦେଇ ସବୁ ସୁଖ ଝାଡି

ଯେବେ ଆସିଲା ଛାତି ହେଲା ଧିଡି ଧିଡି 

ସବୁ ଧ୍ବଂସ କରି ଗଛ ପତ୍ର ଦେଲା ଉପାଡି 

ଫୋନି ଆସିଲା କୁଆଡୁ ପକାଇ ହମ୍ବା ରଡି ।


ତାଣ୍ଡବ ରଚି ବିଦ୍ୟୁତ ଖୁଣ୍ଟସବୁ ଦେଲା ତାଡି 

ବାତ୍ୟା ପରଦିନ କରେଣ୍ଟଟା ଗଲା ଉଡି 

ସ୍ମାର୍ଟ ଫୋନ ଧାରୀ ହେଲେ ଖାଲି ଚିଡି ମିଡ଼ି 

ଭିକ ଭଳି ଚାର୍ଜ ମାଗିଲେ ଘରେଘରେ ଦୌଡ଼ି 

ଫୋନି ଆସିଲା କୁଆଡୁ ପକାଇ ହମ୍ବା ରଡି ।


ଭୁବନେଶ୍ୱରରେ ପାଣି ମିଳୁନି ସବୁ ଅଚଳ ପଡି 

ପାଣି ଆସୁନି ବୋଲି ରାସ୍ତା ବନ୍ଦ କରି ଯାଇଛନ୍ତି ବେଢ଼ି 

ଜନସାଧାରଣଙ୍କୁ ବିପଦେ ପକାଇ କରୁଛନ୍ତି ଖାଲି ରଡି 

ଜେନେରେଟର ବିଲ୍ ପାଇଁ ଘଣ୍ଟା ଦେଖନ୍ତି ଘଡି କି ଘଡି 

ଫୋନି ଆସିଲା ପକାଇ ହମ୍ବା ରଡି ।


ସହରୀ ବାବୁ ଗୁଡା ଗାଁ ଙ୍କୁ ଆସୁଛନ୍ତି ମାଡି 

ମ୍ୟାମ ମାନେ ଗାଁ କୁ ଦେଉଥିଲେ ମୁହଁ ମୋଡି 

କୂଅରୁ ପାଣିକାଢି ଅଣ୍ଟା ଆଣ୍ଠୁ ଗଲାଣି ତାଙ୍କର ପଡି

ଭାଗ୍ୟକୁ ନିନ୍ଦା କରି ଛାଡ଼ୁଛନ୍ତି ବେଙ୍ଗ ରଡି 

ଫୋନି ଆସିଲା ପକାଇ ହମ୍ବା ରଡି ।


ଆଜି ଗାଁ ନିନ୍ଦୁକ ପାଦରେ ପଡିଛି ଲୁହାର କଡ଼ି 

ଶାନ୍ତ ପରିବେଶ ମା ଆମର ସଭିଙ୍କୁ ଧରିଛି ଭିଡି 

ଗାଁ ର ମହତ୍ୱ ଆଜି ତ ବୁଝିଲା ଯିବନି ଆଉ ଛାଡି 

ଫୋନି ଗରିବ ଧନୀ ତାରତମ୍ୟକୁକାଟି ସଭିଙ୍କୁ ଦେଲା ଯୋଡି 

ଫୋନି ଆସିଲା ପକାଇ ହମ୍ବା ରଡି ।


Rate this content
Log in