STORYMIRROR

Purabi Satpathy

Others

3  

Purabi Satpathy

Others

ଫେରିଯାଅ

ଫେରିଯାଅ

1 min
13.3K


ଫେରିଯାଅ...

ମୋ ଚାରିପାଖ ସୁରକ୍ଷା ବୃତ୍ତର ପରିଧିରୁ,

ଆମର ଦୂରତା ମାତ୍ର ଦୁଇ କ୍ଷଣ ସ୍ନେହର;

ସମ୍ପର୍କର ଅଦୃଶ୍ୟ ସତ୍ତାକୁ ପାଙ୍କ୍ତେୟ କରି

ମୁଁ ଫେରେଇ ଦେଇଥିବା ତୁମର ଦୁଇ ହାତ;

ବଦଳରେ ତୁମେ ଫେରେଇ ଥିବା

ଶତ ବୃଶ୍ଚିକର ଲାଞ୍ଛନା।

ଛାତି ତଳ ଧୂଆଁଟିଆ ଅତୀତରେ

ଏବେ ବି ସ୍ପଷ୍ଟ ଆମକୁ ଦିଶୁଥାଏ

ନିବିଡ ନୀଡଟିର ଆଶ୍ଳେଷ।

କିନ୍ତୁ ଆଜି!

ଆମେ ଖୋଜୁଥିବା ସବୁ କିଛି ସହ

ଏଇ ଦେଖ ମୁଁ କେମିତି ଚିପୁଡି ଦେଇଛି

ଗଲା କିଛି ଦଶନ୍ଧିର ବ୍ୟବଧାନ,

ତୁମ ଚାରିପାଖ କ’ଣ ଏବେ ନୀଳ ଦିଶେନି କି?

ତୁମ ଜାଣତରେ ତୁମ ଆଖି ତଳୁ କ’ଣ ଯେ ଖସେ

ମୁଁ କିନ୍ତୁ ଏବେ କିଛି ବି ବୁଝେନା,ପାରେନା ବି ;କାହିଁକି?

ମୁଁ ମୁକ୍ତ କରିଦେଇଥିବା ତୁମର ସେ

ଦୁଇ ହାତ

ଏବେ ମୋ ଆଖି ତଳୁ ବୋହୁଥିବା ଲାଭା ଯାଏ ଆସୁଛି କେମିତି !

ଯାଃ.. ତୁମେ କ’ଣ ଚାହଁ କି ଆଉ ଥରେ, ପକ୍ଷ ମୋର!

ମୁଁ ଏବେ ବେପରବାୟ ଝଡର ଈଗଲ୍‌।

ନା.. ତୁମେ ଯାଅ;ଫେର।

******ପୂରବୀ*****


Rate this content
Log in