STORYMIRROR

Chiranjibi Achary

Others

3  

Chiranjibi Achary

Others

ନୀରବତା ଆଜି ମୋର କରୁଛି ଚିତ୍କାର

ନୀରବତା ଆଜି ମୋର କରୁଛି ଚିତ୍କାର

1 min
342

ନୀରବତା ଆଜି ମୋର, କରୁଛି ଚିତ୍କାର 

ନିଃଶବ୍ଦ ହେଲେ ବି, ଶବ୍ଦ ଶୁଭେ ବାରଂବାର


ପ୍ରତିଧ୍ୱନି ଗୁଞ୍ଜରଣ,

ଗଞ୍ଜେ ଏଠି ପ୍ରତିକ୍ଷଣ

କ୍ଷଣ କ୍ଷଣ ପଚାରେ ସେ,

ବଞ୍ଚିବାର କି କାରଣ ..

ନିରୁତ୍ତର ମନ ମୋର, ଜାଣେ ନାହିଁ ତା ଉତ୍ତର ...


ପ୍ରତିଛବି ଖେଳୁଥାଏ,

ଲୁଚକାଳି ପ୍ରତିଥର

କେବେ ଦିଶେ, କେବେ ଲୁଚେ

ଘେରିନିଏ ଏ ଅନ୍ଧାର ..

ବାଟବଣା ମନ ମୋର, ଖୋଜୁଛି ପରିଚୟ ...


ନୀରବତା ଆଜି ମୋର, କରୁଛି ଚିତ୍କାର 

ନିଃଶବ୍ଦ ହେଲେ ବି, ଶବ୍ଦ ଶୁଭେ ବାରଂବାର


ଏକାନ୍ତରେ ଏଇ ମନ,

ଭାବୁଥାଏ ରାତି ଦିନ

କିଏ ନିଜ, କିଏ ପର

ସ୍ୱାର୍ଥ ଭରା ଏ ସଂସାର ..

ଏ ଶୂନ୍ୟତା ହୃଦୟର, କରୁଛି କୋଳାହଳ ...


ଭିଡ ଏଠି ଅତ୍ୟାଚାର,

ନାହିଁ ଭାବ ବିଚାର

କିଏ ସତ, କିଏ ମିଛ

ମୋହ ମାୟା ଏ ସଂସାର ..

ଅଧୀରତା ମନେ ମୋର, କରୁଛି ହାହାକାର ...


ନୀରବତା ଆଜି ମୋର, କରୁଛି ଚିତ୍କାର 

ନିଃଶବ୍ଦ ହେଲେ ବି, ଶବ୍ଦ ଶୁଭେ ବାରଂବାର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍