STORYMIRROR

Sradhanjali Sethy

Children Stories

3  

Sradhanjali Sethy

Children Stories

ନଈ

ନଈ

1 min
188

ତୁମ ଗାଆଁ ନଈ ଏବେ ବି ଝୁରୁଛି

ବିତିଥିବା ପିଲାଦିନ

ଯେଉଁ କୂଳେକୂଳେ ଫିକା ସଞ୍ଜବେଳେ

ଆଙ୍କିଥିଲେ ମିଶି ଜହ୍ନ ।

ସାକ୍ଷୀ ରଖି ନାଁ ଲେଖିଥିଲେ ସେଠି

ଅକ୍ଷର ଅକ୍ଷର ଯୋଡି

ତମେ ଦେଇଥିଲ ସନ୍ତକ ରୂପରେ

ପିନ୍ଧିଥିବା ଫୁଲକଢି ।

ଛଳଛଳ ସେହି ନଈର ପାଣିରେ

ଧୋଉଥିଲ ମୁହଁ ହସି

ତମେ ଜାଣିନାହଁ ଦୂରରେ ଥାଇବି

ହେଉଥିଲି କେତେ ଖୁସି ।

ଆଞ୍ଜୁଳେ ଆଞ୍ଜୁଳେ ଛାଟୁଥିଲ ପାଣି

ମୋତେ ଅଭିମାନ କରି

ଭିଜେନାହିଁ ବୋଲି ତୁମରି ସାଥିରେ

ହାତ ସାଥେ ହାତଧରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sradhanjali Sethy

ନଈ

ନଈ

1 min ପଢ଼ନ୍ତୁ